Breaking PLUSଦେଶ ବିଦେଶମୁଖ୍ୟ ଖବର

କାହା ହାତରେ ରହିବ ସୁପର ପାୱାର ? ବାଇଡେନ୍ ନା ଟ୍ରମ୍ପ

ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଭୋଟ ଗଣତି ଯେଭଳି ଭାବେ ଆଗକୁ ବଢ଼ିଚାଲିଛି । ଲଢ଼େଇ ଆଶ୍ଚର୍ଯ୍ୟ ହେବାକୁ ଯାଉଛି । କିନ୍ତୁ ଡେମୋକ୍ରେଟିକ ପାର୍ଟିର ନେତା ଜୋ ବାଇଡେନ ଆଗୁଆ ଅଛନ୍ତି । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ସ୍ୱୀକାର କରୁନାହାନ୍ତି । ଆଶା କରାଯାଉଛି ଯେ, ଆଜି ଏହି ପରଦାରୁ ଦ୍ୱନ୍ଦ ଉଠିବ । 

ଜର୍ଜିଆରେ ୨ୟ ଥର ଭୋଟିଂ ଓ କିଛି ରାଜ୍ୟରେ ଚାଲିଥିବା ମତଗଣନା ରିପୋର୍ଟ ଆଜି ଆସିପାରେ । ଜର୍ଜିଆରେ ବାଇଡେନ ରିପବ୍ଲିକ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ଆଗୁଆ ଥିଲେ । କିନ୍ତୁ ଏଠାରେ ଏବେ ୨ୟ ଥର ଭୋଟଦାନ ପ୍ରକ୍ରିୟା ଚାଲିଛି । ଟ୍ରମ୍ପଙ୍କ ଟିମ ପେନସିଲଭେନିଆ, ମିଶିଗନ, ଜର୍ଜିଆ ଓ ନୱାଦାରେ ଜାରି ଭୋଟ ଗଣତିକୁ ନେଇ ମୋକଦ୍ଦମା କରିଛନ୍ତି । ସେମାନେ ଭିସ୍କୋନିସନରେ ୨ୟ ଥର ଗଣତି କରିବାକୁ ଦାବି କରିଛନ୍ତି ।

ଜର୍ଜିଆରେ ବାଇଡେନଙ୍କୁ ଅଧିକ ଭୋଟ ମିଳିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଭୋଟଦାନ ପ୍ରକ୍ରିୟାରେ ଠକେଇ ହୋଇଥିବା ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ ବାଇଡେନଙ୍କୁ ଏପର୍ଯ୍ୟନ୍ତ ୨୬୪ ଓ ଟ୍ରମ୍ପଙ୍କୁ ୨୧୪ଟି ଆସନରେ ବିଜୟ ମିଳିଛି । ଆମେରିକାରେ ରାଷ୍ଟ୍ରପତି ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୨୭୦ ।

Show More

Related Articles

Back to top button