Breaking PLUSଓଡ଼ିଶାମୁଖ୍ୟ ଖବର

ଚଳଚଞ୍ଚଳ ହେବ ମିଲେଟ ସର୍ଭିସ୍ ସେଣ୍ଟର

ଭୁବନେଶ୍ୱର- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀରେ ଗୋଟିଏ ବୈଷିୟକ ଅଧିବେଶନରେ ରାଜ୍ୟରେ କାର୍ଯ୍ୟରତ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ପାଇଁ ପୁଷ୍ଟିଶସ୍ୟ ସେବା କେନ୍ଦ୍ର (ମିଲେଟ ସର୍ଭିସ୍ ସେଂଟର) ତଥା ଅନ୍ୟାନ୍ୟ ଯୋଜନାଗୁଡ଼ିକର ରୂପାୟନ ତଥା ଆର୍ôଥକ ସହାୟତା ନେଇ ଆଲୋଚନା ହୋଇଛି । ଓଡ଼ିଶା ମିଲେଟ ମିଶନର ତତ୍ୱାବଧାନରେ ରାଜ୍ୟରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଭାବରେ କ୍ରିୟାଶୀଳ କରିବାକୁ ମତପ୍ରକାଶ ପାଇଛି ।

ରାଜ୍ୟରେ ପୁଷ୍ଟିଶସ୍ୟ ଉତ୍ପାଦ ବ୍ୟବହାରକାରୀମାନଙ୍କ ସଂଖ୍ୟା ଓ ସେମାନଙ୍କର କ୍ରମବର୍ଦ୍ଧମାନ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ପୁଷ୍ଟିଶସ୍ୟ ସେବା କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ । ଓଡ଼ିଶା ମିଲେଟ୍ ମିଶନ କୃଷି ଉତ୍ପାଦକ ସଂଗଠନ ଏବଂ ମହିଳା ସ୍ୱୟଂ ହାୟକ ଗୋଷ୍ଠୀ ମହାସଂଘ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବ । ପୁଷ୍ଟିଶସ୍ୟକୈନ୍ଦ୍ରିକ ଉପକରଣ, ପ୍ରକ୍ରିୟାକରଣ ଯନ୍ତ୍ରପାତି ସମେତ ବିପଣନ ବ୍ୟବସ୍ଥା ନିମନ୍ତେ ଓଡ଼ିଶା ମିଲେଟ ମିଶନ ସବୁପ୍ରକାର ସହାୟତା ଯୋଗାଇଦେବ । ଏହା ଫଳରେ ପୁଷ୍ଟିଶସ୍ୟ ଚାଷୀମାନେ ବ୍ୟାପକ ଭାବେ ସଂପୃକ୍ତ ହେବେ ଓ ସେମାନଙ୍କ ଆୟବୃଦ୍ଧି ଘଟି ଜୀବନଧାରାରେ ଉନ୍ନତି ଆସିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ଆପିକଲ ଜରିଆରେ ୪୦ ପ୍ରତିଶତ ଓ ମିଲେଟ ମିଶନ ଜରିଆରେ ୪୦ ପ୍ରତିଶତ ଆର୍ôଥକ ସହାୟତା ଯୋଗାଇ ଦିଆଯିବାବେଳେ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ/ କୃଷକ ଉତ୍ପାଦକ ସଂଗଠନ ଅବଶିଷ୍ଟ ଅର୍ଥ ବହନ କରିବେ ।

ଆଲୋଚନା ଆରମ୍ଭରେ ମିଶନର ଯୋଜନା ଅଧିକାରୀ କଳ୍ପନା ପ୍ରଧାନଙ୍କ ପରିଚାଳନାରେ ବୃକ୍ଷ ଆରାଧନା ଅନୁଷ୍ଠିତ ହୋଇଥିଲା । ଆପିକଲର ନିର୍ବାହୀ ଯନ୍ତ୍ର (କୃଷି) ରଘୁନାଥ ବେହେରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ନିମନ୍ତେ ଉପଲବ୍ଧ ସେବା ଉପରେ ଆଲୋକପାତ କରିଥିଲେ । ଭାରତୀୟ କୃଷି ଗବେଷଣା ପରିଷଦ (ହାଇଦ୍ରାବାଦ୍)ର ପ୍ରମୁଖ ବିଜ୍ଞାନୀ ଡ. କେ. ଶ୍ରୀନିବାସ ବାବୁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର କଳ୍ପନା ରାୟଗୁରୁ, ଭୋପାଳସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର ପ୍ରମୁଖ ବିଜ୍ଞାନୀ ଡ. ଦେବବନ୍ଦ୍ୟ ମହାପାତ୍ର, ଆଗ୍ରୋ ବିଜିନେସ୍ ଓ ଇନୋଭେଟିଭ୍ ପ୍ଲାଟଫର୍ମର ସହକାରୀ ବୈଜ୍ଞାନିକ ଡ. ଶାଶ୍ୱତ କୁମାର ପାଣି ଓ ବିଶ୍ୱଜିତ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ତପ୍ତପାଣି, ଗଞ୍ଜାମ ଓ କୋରାପୁଟରୁ ଆସିଥିବା କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିବୃନ୍ଦ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଓ ଆପିକଲର ପରିଚାଳନା ନିର୍ଦ୍ଦେଶକ ମଧ୍ୟ ବକ୍ତବ୍ୟ ରଖିଥିଲେ ।

Show More

Related Articles

Back to top button