ମୁଖ୍ୟ ଖବରସ୍ୱତନ୍ତ୍ର

ଅନ୍ତର୍ଜାତୀୟ ନୃତ୍ୟ ଦିବସ

୧୯୮୨ରୁ ବିଶ୍ୱ ସ୍ତରରେ ଏହାକୁ ପାଳନ କରାଯାଇଛି ।

ଆଜି ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଆଧୁନିକ ନୃତ୍ୟର ଜିନ୍‌-ଜର୍ଜେସ୍‌ ନୋଭେର୍‌ଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ଅନ୍ତର୍ଜାତୀୟ ନୃତ୍ୟ ଦିବସ । ପ୍ରଥମେ ଫ୍ରାନ୍ସରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଆରମ୍ଭ ହେବାପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଏହାପରେ ୧୯୮୨ରେ ବିଶ୍ୱ ସ୍ତରରେ ପାଳନ କରାଯିବାର ନିଷ୍ପତ୍ତି ନିଆ ଯାଇଥିଲା । ଏହିଠୁ ହିଁ ଜନ୍ମ ନେଇଥିଲା ଇଣ୍ଟର୍‌ନ୍ୟାସନାଲ୍‌ ଥିଏଟର ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଟିଆଇ)ର ନୃତ୍ୟ କମିଟି ଦ୍ୱାରା ଅନ୍ତର୍ଜାତୀୟ ନୃତ୍ୟ ଦିବସ । ସମଗ୍ର ବିଶ୍ୱର ନୃତ୍ୟଶିଳ୍ପୀଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ଓ ଗର୍ବର ମୁହୂର୍ତ୍ତ । କଳାର ସୃଜନଶୀଳ ରୂପ ହେଉଛି ନୃତ୍ୟ, ଯାହା ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ ।

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ କେବଳ ବିଶ୍ବର ସମସ୍ତ ନୃତ୍ୟଶିଳ୍ପୀଙ୍କ ପ୍ରୋତ୍ସାହନ ବଢାଇବା ନୁହେଁ, ବରଂ ଏହି ସମସ୍ତ ନୃତ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଯେଉଁଥିରେ ବିଶ୍ବର ବଡ ନେତୃତ୍ବ ଏବଂ ସରକାର ମଧ୍ୟ ଜଡିତ ଅଛନ୍ତି । ଏହାର ଉଦ୍ଦେଶ୍ୟ ଏହା ମଧ୍ୟ ଜଣାଇବା ଯେ ନୃତ୍ୟ ନିଜ ପାଇଁ ଏକ ଆନନ୍ଦ ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ମଧ୍ୟ ହୋଇଥାଏ ।

 

Show More

Related Articles

Back to top button