ଦେଶ ବିଦେଶବାଣିଜ୍ୟ

ବୀମା ବିଜ୍ଞାପନ ପାଇଁ ଆସିବ ନୂଆ ନିୟମାବଳୀ

ବୀମା ଗ୍ରାହକଙ୍କୁ ଆଉ କରିପାରିବେନି ବିଭ୍ରାନ୍ତ

ବୀମା କଂପାନିଗୁଡ଼ିକ ବିଜ୍ଞାପନରେ ଯେଉଁ ଦାବି କରୁଛନ୍ତି ତାହା ଉପରେ ନିୟାମକ ସଂସ୍ଥା ଆଇଆରଡିଏଆଇ କଡ଼ା ନଜର ରଖିଛି। ବିଜ୍ଞାପନରେ ଦାବିଗୁଡ଼ିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରିବା ମହଙ୍ଗା ପଡ଼ିବ। ଖୁବଶୀଘ୍ର ଆଇ୍ଅ‌ାର୍‌ଡିଏଆଇ ତରଫରୁ ଏକ ନୂଆ ନିୟମ ଜାରି କରାଯିବ। ବିଶେଷ କରି ଅନୁଚିତ ଏବଂ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ହେବ ସେହି ନିୟମର ପ୍ରମୁଖ ଲକ୍ଷ୍ୟ। ଅନେକ ସମୟରେ ବୀମା କଂପାନିଗୁଡ଼ିକ କୌଣସି ପଲିସିର ବିଜ୍ଞାପନ ଜରିଆରେ ପ୍ରଚାର କରିବା ବେଳେ ସ୍ପଷ୍ଟ ଭାବେ ସୂଚନା ଦେଉନାହାନ୍ତି। କିଛି କଂପାନି ବଢ଼ାଇ ଚଢ଼ାଇ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି। ଆଉ କିଛି କଂପାନି ଏଭଳି କିଛି ଦାବି କରୁଛନ୍ତି ଯାହା ପଲିସି ଲାଭ ସହ ମେଳ ଖାଉନାହିଁ।ବିଜ୍ଞାପନକୁ ନେଇ ରହିଥିବା ଏହି ସବୁ ସମସ୍ୟାକୁ ଦୂର କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ଅ‌ାଇଆର୍‌ଡିଏଆଇ ଖୁବ୍‌ଶୀଘ୍ର ଏକ ନୂଆ ନିୟମ ଜାରି କରିବାକୁ ଯାଉଛି।

ନଭେମ୍ବର ୧୦ ସୁଦ୍ଧା ଏହି ନିୟମ ଉପରେ ମତାମତ ପ୍ରଦାନ କରିବାକୁ ଅଂଶୀଦାରମାନଙ୍କୁ ଆହ୍ବାନ ଦିଆଯାଇଛି। ବୀମା ପଲିସି ବିକ୍ରି କରୁଥିବା ତୃତୀୟ ପକ୍ଷ ସଂସ୍ଥା ବା ଏଗ୍ରିଗେଟର ଓ ବୀମା କଂପାନିଗୁଡ଼ିକ ବିଜ୍ଞାପନ ଦେବା ବେଳେ ‌‌ଯେଭଳି ନିଷ୍ଠାବାନ ରହିବେ ଏବଂ ପାରଦର୍ଶିତାର ସହ ନୀତି ନିୟମକୁ ପାଳନ କରିବେ ସେଥିପାଇଁ ଏହି ନୂଆ ନିୟମ ଲାଗୁ କରାଯିବ। କୌଣସି ପରିସ୍ଥିତିରେ ଯେଭଳି ଗ୍ରାହକଙ୍କ ବିଶ୍ବାସକୁ କଂପାନିଗୁଡ଼ିକ ଆଘାତ ପହଞ୍ଚାଇବା ଭଳି କାମ ନକରନ୍ତି ତାହାକୁ ନିଶ୍ଚିତ କରିବା ହେବ ଏହି ନିୟମର ଅନ୍ୟତମ ଉଦ୍ଦେଶ୍ୟ। ବୀମା ଉତ୍ପାଦ ସମ୍ପର୍କିତ ବିଜ୍ଞାପନଗୁଡ଼ିକ ତର୍କ ଭିତ୍ତିକ ହେଉ ଏବଂ ସେଥିରେ ସରଳ ଭାଷା ବ୍ୟବହାର କରାଯାଉ ବୋଲି ଆଇଆର୍‌ଡିଏଆଇ ଚାହୁଛି। ଗ୍ରାହକମାନଙ୍କ ପାଖରେ ଯଦି ସଠିକ୍ ସୂଚନା ପହଞ୍ଚିବ ତେବେ ସେମାନେ ପଲିସି କିଣିବା ବେଳେ ଠିକ୍ ନିଷ୍ପତ୍ତି ନେଇପାରିବେ। ସେମାନଙ୍କ ପାଇଁ ଯାହା ଉଚିତ ସେହି ପଲିସିକୁ ସେମାନେ କିଣି ଉପକୃତ ହେବେ। ବିଭ୍ରାନ୍ତୀକର ବିଜ୍ଞାପନ ଦ୍ବାରା ‌ଅନେକ ସମୟରେ ଗ୍ରାହକମାନେ ଭୁଲ ପଲିସି କିଣନ୍ତି ଯାହା ସେମାନଙ୍କ ଆବଶ୍ୟକତା ପୂରଣ କରିନଥାଏ।

Show More

Related Articles

Back to top button