ଓଡ଼ିଶାଦେଶ ବିଦେଶବାଣିଜ୍ୟ

୭ରଜ୍ୟରେ ପରିବହନ ନିଗମ ଚାଲିଛି ଲାଭରେ

ଏଥି ମଧ୍ୟରୁ ସପ୍ତମ ସ୍ଥାନରେ ଓଡିଶା ରାଜ୍ୟ

୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ସର୍ବମୋଟ ୫୬ଟି ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କ ମଧ୍ୟରୁ କେବଳ ୭ଟି ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି। ଲାଭ କରିଥିବା ଏହି ୭ଟି ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟରେ ଓଡ଼ିଶା ରହିଛି। ୨୦୧୬-୧୭ରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି ମୋଟ ୧.୭୯ କୋର୍ଟ ଟଙ୍କା। ଲାଭ ହାସଲ କରିଥିବା ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କର ତାଲିକାରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି।
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ୨୦୧୬-୧୭ରେ ୫.୮୧ କୋଟି ଟଙ୍କାର କର ପୈଠ କରିବା ପରେ ୧.୭୯ କୋଟି ଟଙ୍କାର ଲାଭ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ “ରିଭ୍ୟୁ ଅଫ ଦ ପରଫର୍‌ମାନ୍ସ ଅଫ୍ ଟେଷ୍ଟ ରୋଡ ଟ୍ରାନ୍ସପୋର୍ଟ ଅଣ୍ଡର ଟେକିଂ” ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି।

ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟ ସଡ଼କ ପରିବହନ ନିଗମ ୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। ୨୦୧୬-୧୭ରେ ଅନ୍ୟ ୬ଟି ରାଜ୍ୟ ସଡ଼କ ପରିବହନ ନିଗମ ଯେଉଁମାନଙ୍କର ଲାଭ ହୋଇଥିଲା। ସେଥିରେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, କାନପୁର ସିଟି ଓ ସିକିମର ରାଜ୍ୟ ସଡ଼କ ପରିବହନ ସାମିଲ ଅଛି।ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ୨୦୧୬-୧୭ରେ ୫.୮୧ କୋଟି ଟଙ୍କାର କର ପୈଠ କରିବା ପରେ ୧.୭୯ କୋଟି ଟଙ୍କାର ଲାଭ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ “ରିଭ୍ୟୁ ଅଫ ଦ ପରଫର୍‌ମାନ୍ସ ଅଫ୍ ଟେଷ୍ଟ ରୋଡ ଟ୍ରାନ୍ସପୋର୍ଟ ଅଣ୍ଡର ଟେକିଂ” ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି। ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟ ସଡ଼କ ପରିବହନ ନିଗମ ୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। ୨୦୧୬-୧୭ରେ ଅନ୍ୟ ୬ଟି ରାଜ୍ୟ ସଡ଼କ ପରିବହନ ନିଗମ ଯେଉଁମାନଙ୍କର ଲାଭ ହୋଇଥିଲା। ସେଥିରେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, କାନପୁର ସିଟି ଓ ସିକିମର ରାଜ୍ୟ ସଡ଼କ ପରିବହନ ସାମିଲ ଅଛି।

Show More

Related Articles

Back to top button