Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 74 ହଜାର 383 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 74 ହଜାର 383 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 918 ଜଣଙ୍କର ମୃତ୍ୟୁ ହୋଇଛି

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 74 ହଜାର 383 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 918 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 1ଲକ୍ଷ 8 ହଜାର 334କୁ ବୃଦ୍ଧି ପାଇଛି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷ 53 ହଜାର 807କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 8 ଲକ୍ଷ 67 ହଜାର 496 ରହିଛି । ସୁସ୍ଥଙ୍କ ସଂଖ୍ୟା 60 ଲକ୍ଷ 77 ହଜାର 977ରେ ପହଞ୍ଚିଛି। ଗତ ତିନି ସପ୍ତାହ ଧରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁରୁ ଦେଶର ମୋଟ ଆକ୍ଟିଭ୍‌ କେସ୍‌ର 61% ମାମଲା ରହିଛି।

Show More

Related Articles

Back to top button