Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,052 ଜଣ କରୋନା ରୋଗୀ ଚିହ୍ନଟ

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଗୁରୁବାର ତୁଳନାରେ ଶୁକ୍ରବାର ଦିନ ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି

ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ । ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଗୁରୁବାର ତୁଳନାରେ ଶୁକ୍ରବାର ଦିନ ନୂଆ ମାମଲାରେ ସାମାନ୍ୟ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ, ଦେଶରେ 86,052 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 1,141 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,052 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 1,141 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ଭାରତରେ ମୋଟ ମାମଲା 58 ଲକ୍ଷ ଅତିକ୍ରମ କରିଛି । ଦେଶରେ ମୋଟ କୋଭିଡ ମାମଲା 58,18,571 କୁ ବୃଦ୍ଧି ପାଇଛି । ଏଥିରେ ସକ୍ରିୟ ମାମଲା ସଂଖ୍ୟା 9,70,116 ଥିବାବେଳେ 47,56,165 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥିସହିତ ଦେଶରେ ବର୍ତ୍ତମାନ ସୁଦ୍ଧା 92,290 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

Show More

Related Articles

Back to top button