Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳ ପାଇଁ ନବୀନଙ୍କ ବଡ ଘୋଷଣା

ଆଉ କିଛି ସମୟ ପରେ ଦିଲ୍ଲୀରେ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ ହେଲେ ଏହାର କିଛି ସମୟ ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟସରକାର

ଆଉ କିଛି ସମୟ ପରେ ଦିଲ୍ଲୀରେ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ ହେଲେ ଏହାର କିଛି ସମୟ ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟସରକାର । ତିର୍ତ୍ତୋଲରେ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି  ।

୮୮୮.୮୯ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେତୁ ନିର୍ମାଣ ପାଇଁ ୧୧୮.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସେତୁ ନିର୍ମାଣ ଦ୍ୱାରା ପ୍ରାୟ ୯ ଟି ଗ୍ରାମର ପ୍ରାୟ ୫୦ ହଜାର ଲୋକ ଉପକୃତ ହେବେ ।

Show More

Related Articles

Back to top button