Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କରୋନା ସ୍ଥିତି ଅଣାୟତ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩,୩୪୭ ଜଣ କରୋନା ରୋଗୀ ଚିହ୍ନଟ

ଭାରତରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଦେଶରେ ଯେଉଁ ଅନୁପାତରେ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି

ଭାରତରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଦେଶରେ ଯେଉଁ ଅନୁପାତରେ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩ ହଜାର ୩୪୭ ଜଣ ନୂଆ କରୋନା ପଜିଟିଭ୍ ରୋଗୀ‌ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୦୧୦ ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ ୧,୦୮୫ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୦ ହଜାର ୦୨୦ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୮ହଜାର ୩୭୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୫ ଲକ୍ଷ ୮୭ ହଜାର ୬୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button