Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଆଜି ୧ ଲକ୍ଷରେ ପହଁଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା

ଦେଶରେ ଜାରୀ ରହିଛି ମହାମାରୀ କରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୬୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଏହା ସହ ଏହି ସଂଖ୍ୟାକୁ ମିଶାଇଲେ ଦେଶରେ ଆଜି ଏକ ଲକ୍ଷ ଅତିକ୍ରମ କରିଛି ମୋଟ କରୋନା ମୃତ୍ୟୁ ସଂଖ୍ୟା

ଦେଶରେ ଜାରୀ ରହିଛି ମହାମାରୀ କରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୬୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଏହା ସହ ଏହି ସଂଖ୍ୟାକୁ ମିଶାଇଲେ ଦେଶରେ ଆଜି ଏକ ଲକ୍ଷ ଅତିକ୍ରମ କରିଛି ମୋଟ କରୋନା ମୃତ୍ୟୁ ସଂଖ୍ୟା । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯,୪୭୬ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୩୪୫କୁ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯,୪୪,୯୯୬ । ଏବେ ସୁଦ୍ଧା ୫୪ ଲକ୍ଷ ୨୭ ହଜାର ୭୦୬ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଫେରିଛନ୍ତି ।  ଏବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button