Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ପୂରା ବିଶ୍ୱରେ ହେଉଛି ଭାରତର ଜୟଗାନ -ନରେନ୍ଦ୍ର ମୋଦି

ତିନି ତଲାକ ରଦ୍ଦ କରି ଲକ୍ଷଲକ୍ଷ ମୁସଲିମ ପରିବାରକୁ ବଂଚାଯାଇଛି-ମୋଦି

ସହାରନପୁର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନସଭାକୁ ସଂବୋଧିତ କରି କହିଛନ୍ତି ଯେ, ଆଜି ପୂରା ବିଶ୍ୱରେ ଭାରତର ଜୟଗାନ ହେଉଛି । ଭାରତର ମଜବୁତ ଓ ଦ୍ରୁତଗତିରେ ବିକଶିତ ରାଷ୍ଟ୍ରର ଛବି ତିଆରି ହୋଇଛି । ସେ କହିଛନ୍ତି ଯେ, କଂଗ୍ରେସ ସରକାର ଭାରତର ଛବି କମଜୋର ଓ ଦୁର୍ନୀତିଗ୍ରସ୍ତ ଦେଶ କରିଦେଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ସହରାନପୁରର ପୁରୁଣା ରାଧାସ୍ୱୀମୀ ସତସଙ୍ଗ ଭବନ ପ୍ରାଙ୍ଗଣରେ ଆୟୋଜିତ ଜନୌଭାକୁ ସଂବୋଧିତ କରିଛନ୍ତି । ବିରୋଧୀଙ୍କ ଉପରେ ନିଶାନା ସାଧି ମୋଦି କହିଛନ୍ତି ଯେ, ବିରୋଧୀ କ୍ଷମତା ପାଇବାକୁ ବ୍ୟାକୁଳ ହେଉଛନ୍ତି । ବିରୋଧୀ ଆମର ସିଟ୍ ହ୍ରାସ କରିବାକୁ ନିର୍ବାଚନ ଲଢୁଛନ୍ତି । ସମାଜବାଦୀ ପାର୍ଟିକୁ ପ୍ରତି ଘଂଟାରେ ନିଜ ପ୍ରାର୍ଥୀ ବଦଳାଇବାକୁ ପଡୁଛି । କଂଗ୍ରେସକୁ ପ୍ରାର୍ଥୀ ମିଳୁନାହାନ୍ତି ।
ମୋଦି ଆହୁରି କହିଛନ୍ତି ଯେ, ବିଜେପି ରାଜନୀତି ନୁହେଁ, ରାଷ୍ଟ୍ରନୀତି ଉପରେ ଚାଲୁଛି । ବିଜେପି ପାଇଁ ଦେଶ ପ୍ରଥମ ଅଟେ । ଏହା ଆମର ସ୍ୱପ୍ନ ଏବଂ ସଂକଳ୍ପ ଅଟେ । ଆମ ପାଇଁ ଦେଶରୁ ବଡ କିଛି ନାହିଁ, ଦେଶହିତରୁ ବଡ ଆଉ କିଛି ହୋଇପାରିବନାହିଁ । ଭାରତର ଦୁନିଆର ସବୁଠୁ ବଡ ପଂଚମ ଆର୍ଥିକ ଶକ୍ତି ପାଲଟିଛି । ବିଜେପିରେ ଲୋକେ କ୍ଷମତା ପାଇଁ ନୁହେଁ, ଗୋଟିଏ ମିଶନ ପାଇଁ ଯୋଡି ହୋଇଥାନ୍ତି । ଗରିବଙ୍କ ପକ୍କା ଘର ଏବଂ ଶୌଚାଳୟ ବିଜେପିର ପ୍ରାଥମିକତା ଅଟେ । ବିଜେପି ଗରିବଙ୍କୁ ମୁକ୍ତରେ ରାସନ ଦେଉଛି । ଆଗାମୀ 5ବର୍ଷ ଯାଏ ମୁକ୍ତ ରାସନ ଗ୍ୟାରେଂଟି ଦେଇଛି । ବିଜେପି 5ଲକ୍ଷ ଯାଏ ମାଗଣା ଚିକିତ୍ସା ବ୍ୟବସ୍ଥା ଦେଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button