ଖେଳଦେଶ

୨୦୨୩ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍-ବିସିସିଆଇ

ବିସିସିଆଇର ବଡ ନିଷ୍ପତ୍ତି । ୨୦୨୩ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍ । ଏସିଆ କପ ଆୟୋଜନର ଦାୟିତ୍ୱ ପାକିସ୍ତାନକୁ ମିଳିଥିବାବେଳେ ସେଠାରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ ସେ ନେଇ ଆଗାମୀ ଦିନରେ ନିଷ୍ପତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏସିଆ କ୍ରିକେଟ୍ କାଉଂସିଲ(ଏସିସି)ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ।

ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ, ଏହା ପାକିସ୍ତାନରେ ଖେଳାଯିବାର ଅଛି । ତେବେ ଆଜି ବିସିସିଆଇର ଏଜିଏମ ବୈଠକରେ ରୋଜର ବିନ୍ନିଙ୍କୁ ବିସିସିଆଇର ନୂତନ ସଭାପତି ଭାବରେ ନିଯୁକ୍ତି ମିଳିିଛି । ଆଜିର ଏହି ବେଠକରେ ଏହା ମଧ୍ୟ ନିଷ୍ପତି ନିଆଯାଇଥିଲା ଯେ, ଭାରତ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତେଣୁ ଟୁଣ୍ଣାମେଣ୍ଟକୁ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ ।

ସେହିପରି କ୍ରିକବଜ ରିପୋର୍ଟ ମୁତାବକ , ଆମେ ନିଷ୍ପତି କରିଛୁ କି ୨୦୨୩ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ଜୟ ସାହା କହିଛନ୍ତି ।

 

 

Show More

Related Articles

Back to top button