
ସ୍ବଦେଶୀ ମେସେଜିଙ୍ଗ ଆପ୍ ଲଞ୍ଚ କରିଛନ୍ତି ଭାରତୀୟ ସେନା। ଏଥିରେ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷିତ ଭଏସ, ଟେକ୍ସଟ ଓ ଭିଡିଓ କଲିଂ ସେବାର ସୁବିଧା ରହିଛି।ଅବଶ୍ୟ ଏହା ଏବେ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ସପୋର୍ଟ କରିବ। ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଏ ବାବଦରେ ସୂଚନା ଦେଇଥିଲେ।
ତେବେ ସେନାର ଏ ଦେଶୀ ମେସେଜିଙ୍ଗ ଆପ୍ ହ୍ବାଟ୍ସଆପ୍ ଭଳି ହିଁ କାମ ଦେବ।ଏହି ମଡେଲ ବ୍ୟାବସାୟିକ ଭାବେ ଉପଲବ୍ଧ ମେସେଜିଙ୍ଗ ଆପ୍ଲିକେସନ ଆପ୍ ଯେମିତିକି ହ୍ବାଟ୍ସଆପ, ଟେଲିଗ୍ରାମର ଅନୁରୂପ। ଏହା ସହ ଏହା ଏଣ୍ଡ-ଟୁ-ଏଣ୍ଡ ଇନକ୍ରିପସନ ମେସେଜିଙ୍ଗ ପ୍ରୋଟୋକଲର ବ୍ୟବହାର କରିଥାଏ। ଯେଉଁଥିରେ ଆବଶ୍ୟକତା ଅନୁସାରେ ପରିବର୍ତନ କରାଯାଇପାରିବ।