ଖେଳବାଣିଜ୍ୟ

ଆଜିଠାରୁ ଭାରତରେ ସମ୍ପୂର୍ଣ ବନ୍ଦ ହେଲା ଲୋକପ୍ରିୟ ଗେମ ପବଜି

ପବଜୀ ପ୍ରେମୀଙ୍କ ପାଇଁ ଖରାପ ଖବର। ଗତ ମାସରେ ପବଜି ମୋବାଇଲ ଓ ପବଜି ମୋବାଇଲ ଲାଇଟକୁ ସରକାର ବ୍ୟାନ କରିଥିଲେ। ମାତ୍ର ଯେଉଁମାନେ ପୂର୍ବରୁ ପବଜି ମୋବାଇଲ ଓ ପବଜି ମୋବଇଲ ଲାଇଟ ଡାଉନଲୋଡ କରିଥିଲେ ସେମାନେ କିନ୍ତୁ ଆରାମରେ ଏହାକୁ ବ୍ୟବହାର କରିପାରୁ ଥିଲେ। ମାତ୍ର ଆଜିଠାରୁ ଅର୍ଥାତ ଅକ୍ଟୋବର ୩୦ରୁ ପବଜି ମୋବାଇଲ ଓ ପବଜି ମୋବାଇଲ ଲାଇଟ୍ ଭାରତୀୟ ୟୁଜର ଆଦୌ ବ୍ୟବହାର କରିପାରିବେ ନାହିଁ

ଖୋଦ୍ ପବଜି ଇଣ୍ଡିଆ ତା’ ଫେସବୁକ ପୋଷ୍ଟ ମାଧ୍ୟମରେ ଜଣାଇଛି।ପବଜି ମୋବାଇଲ ଫେସବୁକ ପୋଷ୍ଟରେ ଜଣାଇଛି ଯେ ଆଜିଠାରୁ ଏହାକୁ ଭାରତୀୟ ୟୁଜର ବ୍ୟବହାର କରିପାରିବେ ନାହିଁ। ଏହା ସହ ୟୁଜରଙ୍କ ଡାଟାକୁ ସୁରକ୍ଷିତ ରଖିବା ଗୁରୁତ୍ବପୂଣ୍ଣ। କମ୍ପାନି ସବୁବେଳେ ଭାରତ​ରେ ଲାଗୁ ଡାଟା ସୁରକ୍ଷା ଆଇନ ଓ ନିୟମର ଅନୁପାଳନ କରିଥାଏ।

ଏହା ସହ କମ୍ପାନି ଗେମ୍ ହଟାଉଥିବାରୁ ଦୁଃଖୀତ ପ୍ରକାଶ କରିଛି।ସୂଚନାଯୋଗ୍ୟ ଚୀନ ସହ ବିବାଦ ଉପୁଜିବାରୁ ସେପ୍ଟେମ୍ବର ୨ରେ ଭାରତ ୧୧୮ଟି ଆପକୁ ବ୍ୟାନ କରିଥିଲା। ଯେଉଁଥିରେ ସବୁଠୁ ଲୋକପ୍ରିୟ ପବଜି ଗେମ୍ ଥିଲା ସାମିଲ। ଏହା ପରେ ପରେ ଏହି ଗେମକୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଳେ ଷ୍ଟୋରରୁ ହଟାଇ ଦିଆଯାଇଥିଲା।

Show More

Related Articles

Back to top button