ମନୋରଞ୍ଜନ

ଫିଲ୍ମ ଇଣ୍ଡଷ୍ଟ୍ରିର ୩୦ ହଜାର କର୍ମଚାରୀଙ୍କୁ କରୋନା ଟିକା ଦେବାକୁ ଚାହୁଁଛନ୍ତି ଆଦିତ୍ୟ ଚୋପ୍ରା

ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଅନୁମତି

ୟସରାଜ ପ୍ରଡକ୍ସନ ହାଉସ ଫିଲ୍ମ ଉଦ୍ୟୋଗର ୩୦ ହଜାର କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି। ପ୍ରଡକ୍ସନ ହାଉସ କହିଛି ଯେ ସେ ଟୀକାକରଣର ପୁରା ଦାୟିତ୍ୱ ନେବେ। ଆଦିତ୍ୟ ଚୋପ୍ରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫିଲ୍ମ ଉଦ୍ୟୋଗ କର୍ମଚାରୀଙ୍କୁ ଟିକା ଦେବାକୁ ୬୦ ହଜାର କରୋନା ଟିକା କିଣିବାକୁ ଅନୁମତି ମାଗିଛନ୍ତି।YRF ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ ୬୦ ହଜାର କୋଭିଡ ଟିକା କିଣିବାକୁ ଓ କର୍ମଚାରୀଙ୍କୁ ଟିକା ଦେବାକୁ ଅନୁମତି ଦିଅନ୍ତୁ। YRF ଫେଡେରେସନ ଅଫ ୱେଷ୍ଟର୍ନ ଇଣ୍ଡିଆ ସିନେ ଇମ୍ପଲଇଜଙ୍କୁ ଚିଠି ଲେଖି କହିଛନ୍ତି ଯେ, ଫିଲ୍ମ ଉଦ୍ୟୋଗ ବଡ ସଙ୍କଟ ଦେଇ ଗତି କରୁଛି। କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ କଥା ହୋଇଛନ୍ତି।

ୟସରାଜ ଫିଲ୍ମ ଏ ସମ୍ବନ୍ଧରେ ୟସ ଚୋପ୍ରା ଫାଉଣ୍ଡେସନ ମାଧ୍ୟମରେ ନିଜର ସମର୍ଥନ ବଢାଇବାକୁ ଚାହୁଁଛି ଯେପରି ହଜାର ହଜାର କର୍ମଚାରୀ ନିଜ ଜୀବନ ବଞ୍ଚାଇବାକୁ ଏବଂ ନିଜ ପରିବାରର ରକ୍ଷା କରିବାକୁ ସମର୍ଥ ହେବେ।ସେ କହିଛନ୍ତି ଯେ, ସେ ଲିଖିତ ରୂପେ ଏଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଶୀଘ୍ର କର୍ମଚାରୀଙ୍କୁ କୋଭିଡ ଟିକା ଦିଆଯାଉ ଓ ଟିକା କିଣିବାକୁ ଅନୁମତି ଦିଆଯାଉ। ଏ ସମସ୍ତ କାର୍ଯ୍ୟକର୍ତ୍ତା ଫେଡେରେସନ ଅଫ ଫିଲ୍ମ ଇଣ୍ଡଷ୍ଟ୍ରି ଅଫ ମୁମ୍ବାଇର ସଦସ୍ୟ। ଚିଠିରେ ଲେଖାଯାଇଛି, ୟସ ଚୋପ୍ରା ଫାଉଣ୍ଡେସନ କର୍ମଚାରୀଙ୍କ ଟୀକାକରଣ ସହ ଜଡିତ ସବୁ ଖର୍ଚ୍ଚ ଦାୟିତ୍ୱ ତାଙ୍କର ରହିବ। ଏଥିରେ ସଚେତନ ସୃଷ୍ଟି କରିବା, କର୍ମଚାରୀଙ୍କ ପରିବହନ, ଟୀକାକରଣ କାର୍ଯ୍ୟକ୍ରମ ଚଲାଇବା ପାଇଁ ଆବଶ୍ୟକ ଢାଞ୍ଚା ନିର୍ମାଣ କରିବା ଆଦି ସାମିଲ ଅଛି। ମୁଖ୍ୟମନ୍ତ୍ରୀ ତାଙ୍କ ଅନୁରୋଧ ସ୍ୱୀକାର କରିବେ ବୋଲି ଆଦିତ୍ୟ ଚୋପ୍ରା ଆଶା କରିଛନ୍ତି। ଯାହାଫଳରେ ସଦସ୍ୟ ସୁରକ୍ଷିତ ରହିବେ ଓ କାମକୁ ଫେରି ପାଇବେ ବୋଲି ସେ କହିଛନ୍ତି।

Show More

Related Articles

Back to top button