Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଇପିଏଲ୍‌ରେ କରୋନା ସଂକ୍ରମଣ; ଚେନ୍ନାଇ ଟିମ୍‌ର ବ୍ୟାଟିଂ କୋଚ ମାଇକ୍ ହସିଙ୍କୁ କରୋନା

ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ୧୪ତମ ସଂସ୍କରଣକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରି ଦିଆଯାଇଛି । ଦେଶରେ କରୋନା ଭାଇରସ ମହାମାରୀ ସମୟରେ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ସୂଚାରୁ ରୂପେ ପରିଚାଳିତ ହେଉଥିଲା । କିନ୍ତୁ କୋଭିଡ-୧୯ ସଂକ୍ରମଣ ବଢ଼ିବାରୁ ମଙ୍ଗଳବାର ସ୍ଥଗିତ ରଖାଯାଇଛି ।

ଆଇପିଏଲ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି ଯେ, ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ କୋଚ ମାଇକେଲ ହସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ କରୋନାରେ ସଂକ୍ରମିତ ହୋଇଥିଲେ । ବାଲାଜୀଙ୍କ ନମୁନା ୨ ଥର ପରୀକ୍ଷା କରାଯାଇଥିଲା । ଉଭୟ ସମୟରେ ବାଲାଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଟିମ ଏବେ ଦିଲ୍ଲୀରେ ଅଛି । ୭ଟି ମ୍ୟାଚ ଖେଳିଥିବା ଟିମ ୫ଟି ମ୍ୟାଚରେ ବିଜୟୀ ହୋଇ ଆଇପିଏଲ-୨୦୨୧ ପଏଣ୍ଟ ତାଲିକାର ୨ୟ ସ୍ଥାନରେ ରହିଛି । ମାଇକେଲ ହସି ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଗଭୀର ସଂପର୍କ ରହିଛି । ହସି ବିଗତ ଦିନରେ ଯେତେବେଳେ ଚେନ୍ନାଇ ପାଇଁ ଖେଳୁଥିଲେ ସଂକଟ ସମୟରେ ସଂକଟମୋଚନ ସାଜୁଥିଲେ ।

Show More

Related Articles

Back to top button