Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ମିଳିତ ଜାତିସଂଘ ମହାସଭାରେ ପାକ୍‌କୁ ଭାରତର କଡା ଜବାବ

ନ୍ୟୁୟର୍କ: ମିଳିତ ରାଷ୍ଟ୍ର ମହାସଭାରେ ପାକ୍‌କୁ କଡା ଜବାବ ଦେଲା ଭାରତ । ପାକିସ୍ତାନ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କଶ୍ମୀର ରାଗ ଝାଡିବା ପରେ ଭାରତ ଏହାର କଡା ଜବାବ ରଖିଛି । ମିଳିତ ରାଷ୍ଟ୍ର ମହାସଭାରେ ଭାରତର ପ୍ରଥମ ସଚିବ ପଟେଲ ଗେହଲୋଟ କହିଛନ୍ତି ପଡୋଶୀ ପ୍ରଥମେ ପିଓକେ ଖାଲି କରନ୍ତୁ । ପାକ୍ ଅଧିକୃତ କାଶ୍ମୀର ଉପରେ ପାକିସ୍ତାନ ଅବୈଧ କବଜା କରି ରଖିଛି । ପଟେଲଙ୍କ ଏହି ବୟାନକୁ ବେଶ୍ ଗୁରୁତ୍ୱ ଦିଆଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପାକିସ୍ତାନ ପ୍ରଥମେ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ପଟେଲ କହିଥିଲେ । ସୀମାରେ ଆତଙ୍କବାଦକୁ ଉତ୍ସାହିତ କରିବା ବନ୍ଦ କରୁ । ନିଜ ମାଟିରେ ଲଘୁସଂଖ୍ୟକଙ୍କ ଉପରେ ହେଉଥିବା ମାନବାଧିକାର ଉଲ୍ଲଂଘନ ଉପରେ ରୋକ୍ ଲଗାଉ । ସବୁଠୁ ଖରାପ ମାନବାଧିକାର ରେକର୍ଡ ଦେଶ ହେଉଛି ପାକିସ୍ତାନ ବୋଲି ପଟେଲ ମିଳିତ ରାଷ୍ଟ୍ର ସଭାରେ ସିଧାସିଧା ପାକକୁ ଶୁଣାଇ ଦେଇଥିଲେ ।
ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଉପରେ ଅଙ୍ଗୁଲି ଉଠାଇବା ପୂର୍ବରୁ ପାକିସ୍ତାନ ପ୍ରଥମେ ନିଜ ଘରକୁ ସଜାଡୁ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ । ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ବିରୁଦ୍ଧରେ ହିଂସାର ଜ୍ୱଳନ୍ତ ଉଦହାରଣ ହେଉଛି 2023 ଅଗଷ୍ଟ । ଫୈସଲାବାଦ ଜିଲ୍ଲାର ଜାରନୱାଲାରେ ଅଳ୍ପସଂଖ୍ୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଚର୍ଚ୍ଚ ନଷ୍ଟ କରିବା ସହ ସେମାନଙ୍କ ଘର ପୋଡି ଦିଆଯାଇଥିଲା ।
ପାକିସ୍ତାନରେ ଲଘୁସଂଖ୍ୟକ ହିନ୍ଦୁ, ଶିଖ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଅବସ୍ଥା ଅତି ଦୟନୀୟ ଅଟେ ବୋଲି ପଟେଲ କହିଛନ୍ତି ।

Show More

Related Articles

Back to top button