Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଗାଜାରେ ଫସିରହିଥିବା ଲୋକଙ୍କ ପାଇଁ 32 ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ, 19 ନଭେମ୍ବର -ଭାରତୀୟ ବାୟୁସେନାର ସି-17 ପରିବହନ ବିମାନ ଗାଜାରେ ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟ ଫସିଥିବା ନାଗରିକଙ୍କ ପାଇଁ 32ଟନ୍ ରିଲିଫ ସାମଗ୍ରୀ ନେଇ ମିଶରର ଅଲ୍-ଆରିସ ଏୟାରପୋର୍ଟ ଯାଇଛି । ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଏହି ସାମଗ୍ରୀ ପଠାଯାଇଛି ।
ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏକ୍ସରେ କହିଛନ୍ତି ଯେ, ଆମେ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ମାନବୀୟ ସହାୟତା ପ୍ରଦାନ କରିବା ଜାରି ରଖିବୁ । ଏହି ପ୍ରୟାସ କ୍ରମେ ଭାରତୀୟ ବାୟୁସେନା ଆଜି 32 ଟନ ରିଲିଫ ସାମଗ୍ରୀ ନେଇ ଯାଇଛି । ଏହାପୂର୍ବରୁ ଅକ୍ଟୋବର 22ରେ ବାୟୁସେନା ରିଲିଫ ସାମଗ୍ରୀ ନେଇଯାଇଥିଲା ।

Show More

Related Articles

Back to top button