Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୫୪୫ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ

ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ କ୍ରମାଗତ ଦୁଇ ଦିନ ଧରି ନୂତନ ସଂକ୍ରମଣ ସଂଖ୍ୟା ୧୫ହଜାରରୁ କମ୍‌ ରହିଛି ।

ଦେଶରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବନ୍ଦ ହୋଇନାହିଁ । ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ କ୍ରମାଗତ ଦୁଇ ଦିନ ଧରି ନୂତନ ସଂକ୍ରମଣ ସଂଖ୍ୟା ୧୫ହଜାରରୁ କମ୍‌ ରହିଛି । ସେହିପରି ଏବେ ସୁସ୍ଥହାର ବଢୁ ଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗି ସୁସ୍ଥତା ହାର ୯୬.୮୧% ରହିଛି । ସେହିପରି ଏବେ ମାତ୍ର ୧.୭୮% ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧.୪୪% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଏହା କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା ।

ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟାରେ ୧୪ ହଜାର ୫୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ୧୭ହଜାର ୧୩୦ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୬ଲକ୍ଷ ୩୯ହଜାର ୬୮୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୩ହଜାର ୧୮୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୩ଲକ୍ଷ ୮୩୮ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୮୫ହଜାର ୬୬୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Show More

Related Articles

Back to top button