Breaking PLUSଓଡ଼ିଶାମୁଖ୍ୟ ଖବର

ସାଲେପୁରରୁ ଜମିଜମା ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟାକାଣ୍ଡ

କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଚାଲି ଚାଲି ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ ।

କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଚାଲି ଚାଲି ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ହଠାତ ଖଣ୍ଡାରେ ପଛପଟୁ ଚୋଟ ପକାଇବା ଫଳରେ ଅପ୍ରସ୍ତୁତ ଥିବା ସତ୍ୟପ୍ରକାଶ ଏହାର ପ୍ରତିବାଦ କରିପାରିନଥିଲେ ।

ଆହତ ସତ୍ୟପ୍ରକାଶଙ୍କୁ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅଭିଯୋଗ ଆଧାରରେ ସାଲେପୁର ପୋଲିସ ସଂପୃକ୍ତ ନାବାଳକ ଓ ତାଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

Show More

Related Articles

Back to top button