Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାର ୯୫୦ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି। ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୩୦ହଜାର ମଧ୍ୟରେ ସୀମିତ ରହିଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି

ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି। ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୩୦ହଜାର ମଧ୍ୟରେ ସୀମିତ ରହିଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି। ସେହିପରି ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ବୁଧବାର ୨୪ ଘଣ୍ଟାରେ ୨୩ ହଜାର ୯୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ସେହିପରି ଗତ ୨୪ଘଣ୍ଟାରେ ୨୬,୮୯୫ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୯ହଜାର ୬୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୬ହଜାର ୪୪୪ରେ ପହଞ୍ଚିଛି। ସେହିପରି ୨ଲକ୍ଷ ୮୯ହଜାର ୨୪୦ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୬ଲକ୍ଷ ୬୩ହଜାର ୩୮୨ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More

Related Articles

Back to top button