Breaking PLUSଓଡ଼ିଶାମୁଖ୍ୟ ଖବର

୩ ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ ଶେଷ, ୧୫୦ରୁ ଅଧିକ ଆବେଦନକାରୀ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପାଇଁ ଆବେଦନ ସରିଛି । ତେବେ ଉପରୋକ୍ତ ୩ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପାଇଁ ୧୫୦ରୁ ଅଧିକ ଆବେଦନ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ପ୍ରାୟ ୬୦, ସମ୍ବଲପୁର ବିଶ୍ୱବିଦ୍ୟ।।ଳୟ ପାଇଁ ୫୬ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ୫୧ଜଣ ଶିକ୍ଷାବିତ୍‌ ଆବେଦନ କରିଥିବା ଜଣାପଡିଛି । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇନଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ବହୁ ପ୍ରଫେସର ଆବେଦନ କରିଛନ୍ତି । ଆବେଦନକାରୀ ଶିକ୍ଷାବିତଙ୍କ ମଧ୍ୟରୁ ଅଧିକାଂଶ କେବଳ ଗୋଟିଏ ବିଶ୍ୱବିଦ୍ୟାଳୟ ପାଇଁ ଆବେଦନ କରିଥିବା କିଛି ଜଣ ଦୁଇଟି ବିଶ୍ୱବିଦ୍ୟାଳୟ ଓ ହାତଗଣତି କିଛି ପ୍ରଫେସର ୩ଟି ଯାକ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ଆବେଦନ କରିଛନ୍ତି । ସେହିପରି ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଆବେଦନକାରୀ ତାଲିକାରେ ଅଛନ୍ତି ।

ଆବେଦନ ପ୍ରକ୍ରିୟା ସରିବା ପରେ ଏବେ ୩ଜଣିଆ ଚୟନ କମିଟି ଗଠନ କରାଯିବ । କୁଳାଧିପତିଙ୍କ ପ୍ରତିନିଧିଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପ୍ରତିନିଧିଙ୍କୁ ନେଇ କମିଟି ଗଢ଼ାଯିବ । ଏହି କମିଟି ଆବେଦନକାରୀଙ୍କ ସାକ୍ଷାତକାର ନେବେ । ପରେ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ୩ଜଣ ପ୍ରଫେସରଙ୍କ ତାଲିକା କୁଳାଧିପତିଙ୍କ କାର୍ଯ୍ୟାଳୟ ବା ରାଜଭବନକୁ ପଠାଯିବ । ସେହି ୩ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ କୁଳପତି ଚୟନ କରିବେ।

Show More

Related Articles

Back to top button