Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୩୬୪ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
ଗୋଟିଏ ଦିନ ତଳମୁହାଁ ହେବା ପରେ କରୋନା ଗ୍ରାଫ ପୁଣି ଆଜି ଉପରକୁ ଉଠିଛି। ଗୋଟିଏ ଦିନରେ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ୧୫୪ ଲୋକାଲ କେସ ରହିଛି । ଏ ସମ୍ପର୍କରେ ଆଜି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ।

ଜିଲ୍ଲା ସହିତ ଷ୍ଟେଟ୍ ପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୧, ବଲାଙ୍ଗୀରୁ ୨୨, ମୟୂରଭଞ୍ଜର ୫୬, ଅନୁଗୋଳରୁ ୨୫ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୭,୨୭୯ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୩,୪୪୪ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୩୦୩୬ ଜଣ ଅଛନ୍ତି।