Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ହଜାର ୫୦୫ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଟ । ଗତ ୨୪ ଘଣ୍ଟାରେ ୭ଲକ୍ଷ ୩୫ ହଜାର କୋଭିଡ୍ ଚେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୬ହଜାର ୫୦୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ନୂଆ ପଜିଟିଭ୍ ସଂଖ୍ୟା ୯ପ୍ରତିଶତ କମ୍ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି୍ ୩ଲକ୍ଷ ୪୦ହଜାର ୪୭୦କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହୋଇଛନ୍ତି । ଦିନକରେ ୧୯ହଜାର ୫୫୭ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହୋଇଛନ୍ତି ୯୯ଲକ୍ଷ ୪୬ହଜାର ୮୬୭ ସଂକ୍ରମିତ। ଦେଶରେ ସୁସ୍ଥହାର ରହିଛି ୯୬.୧୯% ।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ମୃତ୍ୟୁହାର କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ଆଉ ୨୧୪ ଜୀବନ । ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୬୪୯କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫%।

Show More

Related Articles

Back to top button