ଆସନ୍ତା ୩ଦିନ ରାଜ୍ୟରେ ଘନ କୁହୁଡି ଆଶଙ୍କା, ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଲେ ଏସଆରସି
ରାଜ୍ୟରେ ଆଉ ୩ଦିନ ଘନକୁହୁଡ଼ି ରହିବ। କୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍ଆର୍ସି ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
![](https://www.utkalprahari.com/wp-content/uploads/2020/12/Delhi_fog_EPS-780x450.jpg)
ରାଜ୍ୟରେ ଆଉ ୩ଦିନ ଘନକୁହୁଡ଼ି ରହିବ। କୁହୁଡ଼ିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍ଆର୍ସି ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ଘନକୁହୁଡ଼ି ଦେଖାଯିବ। ୪ ତାରିଖ ସକାଳେ ଅନୁଗୋଳ, ବୌଦ୍ଧ, ସୋନପୁର, ଜଗତ୍ସିଂହପୁର, କନ୍ଧମାଳ ଓ ଭଦ୍ରକ, ୫ ତାରିଖ ସକାଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତ୍ସିଂହପୁର ଏବଂ ୬ ତାରିଖ ସକାଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତ୍ସିଂହପୁର ଓ ନୟାଗଡ଼ ଜିଲାରେ ଘନ କୁହୁଡ଼ି ମାଡ଼ି ରହିବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ୯.୦, କେନ୍ଦୁଝରରେ ୧୦.୫, କୋରାପୁଟରେ ୧୦.୬, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୧୧.୬%, କଟକ ୧୨.୨ ଓ ଭୁବନେଶ୍ୱରରେ ୧୪.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।