Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି କେନ୍ଦ୍ର ସରକାରଙ୍କ ସହ ପୁଣି ଥରେ ଆଲୋଚନା କରିବେ ଚାଷୀ

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ନେଇ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ଏସବୁ ଭିତରେ ସୋମବାର ଦିନ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏହା ୭ ମ ଥର ପାଇଁ ବୈଠକ ବସିବ । ଏହାପୂର୍ବରୁ ୩୦ଡିସେମ୍ବରରେ କୃଷକ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ସହ ବୈଠକ ବସିଥିଲା

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ନେଇ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ଏସବୁ ଭିତରେ ସୋମବାର ଦିନ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏହା ୭ ମ ଥର ପାଇଁ ବୈଠକ ବସିବ । ଏହାପୂର୍ବରୁ ୩୦ଡିସେମ୍ବରରେ କୃଷକ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ସହ ବୈଠକ ବସିଥିଲା । ଏହି ବୈଠକରେ କୃଷକମାନଙ୍କ କିଛି ଦାବିକୁ ସରକାର ମାନି ନେଇଥିବା ଜଣାପଡିଥିଲା । ଉଭୟ ପକ୍ଷ ମଧ୍ୟରେ ବିଜୁଳି ବିଲ୍ ଉପରେ ଆଲୋଚନା ହୋଇଥିଲା । ତେବେ ପ୍ରସଙ୍ଗ ଭିତ୍ତିକ ସହମତି ହୋଇଥିବା ସୂଚନା ରହିଛି । କିନ୍ତୁ ଏମଏସପିକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଏବେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବ ।

କୃଷି ଆଇନ୍‌କୁ ବିରୋଧ କରି କୃଷକ ସଂଗଠନମାନେ ଦୀର୍ଘଦିନ ହେବ ଆନ୍ଦୋଳନା ଜାରି ରଖିଛନ୍ତି । କିନ୍ତୁ ଏବେ ଗତ କିଛି ଦିନ ହେଲା ଆନ୍ଦୋଳ ଆହୁରି ଜୋରଦାର ହୋଇଛି । କୃଷକଙ୍କ ୨ଟି ପ୍ରମୁଖ ଦାବି ରହିଛି । ପ୍ରଥମ ଟି ହେଉଛି- ୩ଟି ନୂତନ ଆଇନକୁ ଶେଷ କରିବା ଏବଂ ୨ୟ ଏମ୍‌ଏସ୍‌ପି ମୁଲ୍ୟକୁ ଆଇନ୍‌ର ମାନ୍ୟତା ଦିଆଯିବ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ୨ଟି ମାମଲାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ କୃଷକ ସଂଗଠନ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି । ତେଣୁ ଆଜିର ବୈଠକରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

ତେବେ ଏହାପୂର୍ବରୁ ଚାଷୀ ସଂଗଠନମାନେ କହିସାରିଛନ୍ତି ଯେ, ଯଦି ସରକାରଙ୍କ ସହ ସୋମବାର ଦିନ ହେବାକୁ ଥିବା ବୈଠକରେ କିଛି ନିଷ୍କର୍ସ ନବାହାରେ ଷ ତେବେ ଆଗାମୀ ଦିନରେ ହରିୟାଣାରେ ପେଟ୍ରୋଲ ପମ୍ପ ଓ ମଲ ବନ୍ଦ କରିବା ଲାଗି ଆହ୍ୱାନ ଦିଆଯିବ । ଏପିରିକି ଚାଷୀମାନେ ଜାନୁଆରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡେ ଲାଗି ରାଜଧାନୀରେ ପ୍ରବେଶ କରିବେ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close