ମନୋରଞ୍ଜନ

ନୂଆବର୍ଷରେ ଅର୍ଜୁନଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ ମଲାଇକା

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଗୋଟିଏ ହେଲା ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ଯୋଡି

ଉଭୟଙ୍କ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ସୋସିଆଲ ମିଡ଼ିଆରେ ମଧ୍ୟ ଉଭୟ ପରସ୍ପର ପ୍ରତି ପ୍ରେମ ଜାହିର କରିବାକୁ କୌଣସି ମୌକା ଛାଡ଼ନ୍ତିନି। ମଲାଇକା ଓ ଅର୍ଜୁନ ଏଥର ଗୋଆରେ ନୂଆବର୍ଷ ପାଳନ କରିଛନ୍ତି। ନୂଆବର୍ଷ ଅବସରରେ ମଲାଇକା ଅର୍ଜୁନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଦୁହିଁଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହିଁଙ୍କ ଫଟୋ ତାଙ୍କ ବନ୍ଧୁଙ୍କ ସମେତ ପ୍ରଶଂସକଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି। ମଲାଇକା ଓ ଅର୍ଜୁନଙ୍କ ଏହି ଫଟୋରେ କରିନା କପୁର ମଧ୍ୟ କମେଣ୍ଟ କରିଛନ୍ତି।ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସହିତ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଉଭୟ ବସି କ୍ୟାମେରାରେ ପୋଜ ଦେଇଛନ୍ତି। ଫଟୋ ସେୟାର କରି ମଲାଇକା କ୍ୟାପ୍ସନ ଲେଖିଛନ୍ତି, ‘ଗୋଟେ ନୂଆ ସକାଳ, ନୂଆ ଦିନ, ନୂଆବର୍ଷ’।

ମଲାଇକା ଓ ଅର୍ଜୁନଙ୍କ ଏହି ଫଟୋରେ କରିନା କପୁର ଖାନ କମେଣ୍ଟ କରି ଲେଖିଛନ୍ତି, ‘ମୋର ଦୁଇ ପ୍ରିୟ, ଆଜି ମେନ୍ୟୁ କଣ ?’ କରନା କପୁରଙ୍କ ଛଡା ସଞ୍ଜୟ କପୁର ଓ ମହୀପ କପୁର ମଧ୍ୟ ଏହି ଫଟୋରେ କମେଣ୍ଟ କରିଛନ୍ତି।

https://www.instagram.com/p/CJfdGUIBOrG/

ମଲାଇକା ଓ ଅର୍ଜୁନଙ୍କ ଏହି ଫଟୋକୁ ଏବେ ସୁଦ୍ଧା ୭ ଲକ୍ଷ ୭୨ ହଜାର ଲାଇକ ମିଳିସାରିଛି। ଗୋଆରେ ମଲାଇକାଙ୍କ ବୋଲ୍ଡ ଅନ୍ଦାଜ ନିଆଁ ଲାଗିଛି। ନିକଟରେ ମଲାଇକା ନିଜର ଆଉ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ସେ ପୁଲରେ ନଜର ଆସିଥିଲେ। ବ୍ଲାକ ବିକିନିରେ ମଲାଇକାଙ୍କ ବୋଲ୍ଡ ଅବତାର ଖୁବ ଭାଇରାଲ ହୋଇଥିଲା। ଏହି ଫଟୋରେ ପ୍ରଶଂସକ ଖୁବ ପ୍ରତିକ୍ରିୟା ରଖିଥିଲେ।

Show More

Related Articles

Back to top button