ଦେଶ ବିଦେଶବାଣିଜ୍ୟ

ଭାରତ ବଜାରକୁ ଆସିଲା ଟାଇମଏକ୍ସର ନୂତନ ସ୍ମାର୍ଟଓ୍ବାଚ୍

ଟାଇମଏକ୍ସ ଭାରତରେ ଏକ ନୂଆ ଫିଟନେସ୍ ବ୍ୟାଣ୍ଡ( ସ୍ମାର୍ଟଓ୍ବାଚ୍) ଲଞ୍ଚ କରିଛି

ସ୍ମର୍ଟଓ୍ବାଚର ଡିସପ୍ଲେ ୨.୪ ସେମି। ଯାହାକୁ ଆମେ ଟଚ୍ କରି ବ୍ୟବହାର କରିପାରିବା। ଟାଇମଏକ୍ସ ଏହାର ଫିଟନେସ୍ ବ୍ୟାଣ୍ଡ ଉପରେ ପାଞ୍ଚ ଦିନର ବ୍ୟାଟେରି ବ୍ୟାକଅପ୍ ଦାବି କରିଛି। ଏହି ଟାଇମକ୍ସ ବ୍ୟାଣ୍ଡ ବଜାରରେ ରୋଜ ଗୋଲ୍ଡ ଏବଂ ବ୍ଲାକ୍ ରଙ୍ଗରେ ଉପଲବ୍ଧ।ଏହି ସ୍ମାର୍ଟ ବ୍ୟାଣ୍ଡ ଷ୍ଟେନ୍ଲେସ୍ ଷ୍ଟିଲ୍ ଏବଂ ସିଲିକନ୍ ଷ୍ଟ୍ରାପ୍ ରହିଛି।

ଟାଇମଏକ୍ସର ଫିଟନେସ୍ ବ୍ୟାଣ୍ଡର ମୂଲ୍ୟ ୪,୪୯୫ ଟଙ୍କା ଏବଂ ସମସ୍ତ ରିଟେଲ ଷ୍ଟୋର ତଥା ଟାଇମଏକ୍ସର ଅନଲାଇନ୍ ଷ୍ଟୋରରୁ ବିକ୍ରି ଆରମ୍ଭ ହୋଇଯାଇଛି।ଟାଇମକ୍ସର ଏହି ଫିଟନେସ୍ ବ୍ୟାଣ୍ଡରେ ୨.୪ ସେମିର ଫୁଲ ଟଚ୍ ଡିସପ୍ଲେ ରହିଛି। ଏଥିରେ ଟ୍ରାକିଂ, ମ୍ୟୁଜିକ୍ କଣ୍ଟ୍ରୋଲ୍, ହୃଦସ୍ପନ୍ଦନ ମନିଟରିଂ ଏବଂ ନୋଟିଫିକେସନ ଭଳି ଫିଚର ରହିଛି। ଏହାର ବ୍ୟାଟେରୀକୁ ଥରେ ପୂର୍ଣ୍ଣ ଚାର୍ଜ ହେଲେ ପାଞ୍ଚ ଦିନର ବ୍ୟାକଅପ୍ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ଜଳ ପ୍ରତିରୋଧକ ମଧ୍ୟ ଅଟେ ।

Show More

Related Articles

Back to top button