Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ୨ ମୃତ ୨ ଗୁରୁତର

ସମ୍ବଲପୁର ବୁର୍ଲା ଥାନା ସେଣ୍ଟ୍ରାଲ ଲେନ୍‌ରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ହେଲେ ବୁଲୁ ବିଶୋଇ (୩୪) ଓ ମୁନା ବିଶୋଇ (୩୦) । ସେହିପରି ବୁଲୁଙ୍କ ବାପା ଓ କାକା ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାରରେ କିଛି ଦୁର୍ବୃତ୍ତ ଆସି ବୁଲୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଭୁଜାଲି, କାଚ ବୋତଲ ଭଳି ମାରଣାସ୍ତ୍ର ଜବତ କରିଛି। ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ବିଭିନ୍ନ ସ୍ଥାନରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ କରୁଛି ।

Show More

Related Articles

Back to top button