Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଭାରତ ଏବଂ କେନିଆ ମଧ୍ୟରେ ପାଞ୍ଚଟି ଚୁକ୍ତିନାମା ସ୍ୱାକ୍ଷରିତ

ପ୍ରଧାନମନ୍ତ୍ରୀ କହିଲେ ଆଫ୍ରିକା ସହ ସହଯୋଗ ମିଶନ ମୋଡରେ ଅଛି

ନୂଆଦିଲ୍ଲୀ, 5, ଡିସେମ୍ବର – ଭାରତ ଓ କେନିଆ ମଧ୍ୟରେ ମଙ୍ଗଳବାର ଦିନ ଶିକ୍ଷା, ସଂସ୍କୃତି ଓ ଅନ୍ୟ କ୍ଷେତ୍ର ସହିତ ଜଡିତ ପାଞ୍ଚଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କୃଷିକ୍ଷେତ୍ରକୁ ଆଧୁନିକ କରିବା ନିମନ୍ତେ ଭାରତ କେନିଆକୁ 250 ମିଲିୟନ ଡଲାରର ଋଣ ଦେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତର ବିଦେଶ ନୀତିରେ ଆଫ୍ରିକାକୁ ସର୍ବଦା ଅଧିକ ପ୍ରାଥମିକତା ଦିଆଯାଇଛି । ଗତ 10 ବର୍ଷ ହେବ ଆମେ ମିଶନ ମୋଡରେ ଆଫ୍ରିକା ସହ ଆମର ସହଯୋଗକୁ ବୃଦ୍ଧି କରିଛୁ ।
କେନିଆ ରାଷ୍ଟ୍ରପତି ଡକ୍ଟର ୱିଲିୟମ ସମୋଥ ଣୁତୋ ତିନି ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ଆଜି କେନିଆ ରାଷ୍ଟ୍ରପତି ପିଏମ ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଓ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି ।
ଏହି ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ପିଏମ ମୋଦି କହିଛନ୍ତି ଯେ, ଭାରତ-କେନିଆ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ନିବେଶରେ ଲଗାତର ଭାବେ ଅଭିବୃଦ୍ଧି ହେଉଛି ।

Show More

Related Articles

Back to top button