ଦେଶ ବିଦେଶବାଣିଜ୍ୟ

ଦେଶରେ ବିଜୁଳି ସଂକଟ

ତିନି ଗୁଣା ଅଧିକ ମୂଲ୍ୟରେ ଲିକ୍ୱିଡ୍ ଗ୍ୟାସ କିଣିବାକୁ ବାଧ୍ୟ ଭାରତ

ଭାରତରେ ବଢୁଥିବା ତାତି ଏବଂ ବିଜୁଳି ସଂକଟକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାହିଦାକୁ ପୂରଣ କରିବା ପାଇଁ ବିଦେଶରୁ ତିନି ଗୁଣା ଅଧିକ ଦାମରେ ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଟୋରୋଣ୍ଟ ପାୱାର ଲିମିଟେଡ୍ ଏବଂ ଗେଲ ଇଣ୍ଡିଆ ଲିମିଟେଡ ମେ ମାସ ପାଇଁ ଏଲଏନଜି କିଣିଛନ୍ତି। ଦେଶରେ କୋଇଲା ଅଭାବର ସମ୍ମୁଖିନ ହେଉଥିବା ପାୱାର ପ୍ଲାଣ୍ଟ ଗୁଡିକରେ ଏଲଏନଜିର ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯିବ। ସୂଚନା ଅନୁସାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଏଲଏନଜିର ମୂଲ୍ୟ ତିନି ଗୁଣା ବୃଦ୍ଧି ହୋଇଛି ।

ଅନ୍ୟପଟେ ବର୍ତ୍ତମାନ ସମୟରେ ଏଲଏନଜି କିଣିବାକୁ ଦୁନିଆର ଅନ୍ୟ ବାଧ୍ୟ ହୋଇଛନ୍ତି। ମୁଖତଃ ସାଉଥ ଏସିଆର ଦେଶ ଯେପରି ଭାରତ ଏବଂ ପାକିସ୍ତାନ ଚଢା ଦରରେ ଏଲଏନଜି କିଣିବାକୁ ବାଧ୍ୟ ହେଉଛନ୍ତି, ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବିଜୁଳି ଉତ୍ପାଦନରେ ଗ୍ୟାସର ବ୍ୟବହାର ମାତ୍ର ୪ ପ୍ରତିଶତ ହୋଇଥାଏ। ଦେଶରେ ୭୧ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଭାରତରେ କୋଇଲାର ଅଭାବ ଦେଖାଦେଇଛି। ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରେ ପାରା ନୂଆ ରେକର୍ଡ ଛୁଉଁଛି। ସୂଚନା ଅନୁସାରେ, ମେ ଶେଷ ଯାଏଁ ଏଲଏନଜିର ଆଉ ଏକ ଶିପମେଣ୍ଟ ଆଣିପାରେ।

Show More

Related Articles

Back to top button