Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତ-ବାଂଲାଦେଶ ମୁକାବିଲା

ପୁଣେ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଗୁରୁବାର ପୁଣେରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଯଦିଓ ଭାରତର ପଲ୍ଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ମଧ୍ୟ ରହିଛି।

ରୋହିିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ୩ଟି ମ୍ୟାଚ ଖେଳି ୨ଟି ପରାଜୟ ଓ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି। ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ଓ ତୃତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଦଳ ବ୍ୟାଟିଂ ଓ ବୋଲିଂରେ ବେଶ୍‌ ଶକ୍ତିଶାଳୀ ରହିଛି।

ବ୍ୟାଟିଂରେ ରୋହିତ ଶର୍ମା,ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ଲୋକେଶ ରାହୁଲ ଭଲ ଫର୍ମରେ ରହିଛନ୍ତି। ଅଲ୍‌ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଦାୟିତ୍ବ ତୁଲାଉଛନ୍ତି। ରୋହିତ ୩ଟି ମ୍ୟାଚରୁ ୨୧୭ରନ,ବିରାଟ କୋହଲି୧୫୬ରନ , ଲୋକେଶ ରାହୁଲ ୧୧୬ରନ କରିଛନ୍ତି। ​‌ପାକିସ୍ତାନ ବିପକ୍ଷରେ ଶୁବମାନ ଗିଲ୍‌ ଖେଳିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ।
ବାଂଲାଦେଶ ବିପକ୍ଷରେ ଦଳ ବିଜୟ ଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଉକ୍ତ ମ୍ୟାଚ ପାଇଁ ଭାରତ ନୂତନ ରଣନୀତି ପ୍ରସ୍ତୁତ କରିବ ବୋଲି ଅଧିନାୟକ ରୋହିତ ଶର୍ମା

Show More

Related Articles

Back to top button