Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତୀୟ ସେନା କିଣିବ ଆଠଟି ଲ୍ୟାଣ୍ଡିଂ ଆଟାକ୍ କ୍ରାଫ୍ଟ ଓ ଛଅଟି ଦ୍ରୁତଗାମୀ ନୌକା

ନୂଆଦିଲ୍ଲୀ- ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଚାଲେଞ୍ଜପୂର୍ଣ୍ଣ ସାମୁଦ୍ରିକ ବାତାବରଣରେ ମଧ୍ୟ ଦ୍ରୁତଗତିରେ ଜବାବ ଦେବ ଲ୍ୟାଣ୍ଡିଂ କ୍ରାଫ୍ଟ ଓ ଦ୍ରୁତ ପାଟ୍ରୋଲିଂ ନୌକା । ‘ମେକ୍ ଇନ୍ ଇଣ୍ଡିଆ ଇନ୍ ଡିଫେନ୍ସ’ କାର୍ଯ୍ୟକ୍ରମ ଅଧୀନରେ ଆଠଟି ଲ୍ୟାଣ୍ଡିଂ ଆଟାକ୍ କ୍ରାଫ୍ଟ ଏବଂ ଛଅଟି ଦ୍ରୁତ ପାଟ୍ରୋଲିଂ ନୌକା କିଣିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହା ପାକିସ୍ତାନ ଓ ଚୀନ ସୀମାନ୍ତରେ ଭାରତୀୟ ସେନାକୁ ଉନ୍ନତ ନୌକା ସହିତ ଉପକୂଳ ସୁରକ୍ଷା ଦିଗରେ ସହାୟକ ହେବ । ଭାରତୀୟ ସେନା 6ଟି ଦ୍ରୁତ ପେଟ୍ରୋଲ ବୋଟ୍ ଓ 8ଟି ଲ୍ୟାଣ୍ଡ କ୍ରାଫ୍ଟ କିଣିବା ନିମନ୍ତେ ଆରଏଫଆଇ ଜାରି କରିଛି । ସେନା ପକ୍ଷରୁ କୁହାଯାଇଛି ଯେ, ଲ୍ୟାଣ୍ଡିଂ କ୍ରାଫ୍ଟକୁ ସର୍ କ୍ରିକ ଅଞ୍ଚଳ ଏବଂ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ବାହାନ, ସାମଗ୍ରୀର ପରିବହନ ଓ ନୌକା ପାଟ୍ରୋଲିଂ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ । ସେହିପରି ଦ୍ରୁତଗାମୀ ନୌକାକୁ ସମୁଦ୍ର ଓ ଜଳପଥ ଉପରେ ନଜର ରଖିବା, ପାଟ୍ରୋଲିଂ ପାଇଁ ବ୍ୟବହାର କରାଯିବ ।

Show More

Related Articles

Back to top button