ଓଡ଼ିଶା

ରାଜ୍ୟରେ ବଢିଲା ପାରଦସ୍ତର,ଆସନ୍ତା ୨୩ରୁ ବୃଦ୍ଧି ପାଇବ ଶୀତ

ରାଜ୍ୟରେ ବୃଦ୍ଧି ପାଉଛି ପାରଦସ୍ତର । ଗତକାଲି ରାତିଠୁ ଏହି ବୃଦ୍ଧି ଦେଖାଯାଇଛି । ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ସେହିପରି ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ ଓ ଓଡ଼ିଶା ପ୍ରବଳ ଶୀତ ପ୍ରକୋପରେ ଥରିବ ବୋଲି ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିବାବେଳେ ଏହା ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଥିଲା।

ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ସେହିପରି ଗତକାଲି କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ରାତି ତାପମାତ୍ରା ୧୯.୯ ଡିଗ୍ରି ରହିଥିଲା ‌।

 

Show More

Related Articles

Back to top button