ଓଡ଼ିଶା

ଦୀର୍ଘ ସମୟ ପରେ ସ୍ୱାଭାବିକ ହେଲା କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ

ସ୍ୱାଭାବିକ ହେଲା କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ । ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଏହା ସମ୍ଭବପର ହୋଇପାରିଛି । ତେବେ ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯିବା ପରେ ,ଆଂଶିକ ଭାବେ ସ୍ୱାଭାବିକ ହୋଇଥିଲା ରେଳ ଚଳାଚଳ । ଆଜି ଅନ୍ୟ ଲାଇନରେ ସାଧାରଣ ଭାବେ ଟ୍ରେନ୍ ଚଳାଚଳ ହୋଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ,ଗତକାଲି ସକାଳେ ଏକ ମାଲବାହୀ ଟ୍ରେନ ଟ୍ରାକରୁ ଖସି ଯାଜପୁର କୋରେଇ ପ୍ଲାଟଫର୍ମ ଉପରକୁ ମାଡି ଆସିଥିଲା । ଫଳରେ ଅନ୍ୟ ଟ୍ରେନକୁ ଅପେକ୍ଷା କରି ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହେବାସହ ୪ ଜଣ ଆହତ ହୋଇଥିଲେ। ସେହିପରି ଅଳ୍ପକେ ବହୁ ଯାତ୍ରୀ ବର୍ତ୍ତି ଯାଇଥିଲେ। ତେବେ ଏଥିପାଇଁ ବହୁତ୍ ଟ୍ରେନର ଗତିପଥ ବଦଳାଯାଇଥିଲାବେଳେ ଆଜି ସ୍ୱାଭାବିକ ହୋଇଛି ରେଳ ଚଳାଚଳ ।

Show More

Related Articles

Back to top button