ମନୋରଞ୍ଜନ

ସୋନୁ ସୁଦଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଟିମ୍

ସର୍ଭେ ପାଇଁ ଯାଇଥିବା ସୂଚନା

ବଲିଉଡ ଅଭିନେତା ତଥା ରିୟଲ ଲାଇଫ ହିରୋ ସୋନୁ ସୁଦଙ୍କ ଘରେ ବୁଧବାନ ଦିନ ଆୟକର ବିଭାଗ ପହଞ୍ଚିଛନ୍ତି। ଆୟକର ବିଭାଗ ଅଧିକାରୀ ସର୍ଭେ କରିବାକୁ ଯାଇଛନ୍ତି ବୋଲି କୁହାଯାଉଛି। କୁହାଯାଉଛି ଯେ କେଜ୍ରିୱାଲ ସରକାରଙ୍କ ଦ୍ୱାରା ସୋନୁ ସୁଦଙ୍କୁ ଦିଲ୍ଲୀ ସରକାରଙ୍କ ବ୍ରାଣ୍ଡ ଆମ୍ବାସେଡର କରିବା ଓ ତାଙ୍କ ଅଭିଯାନ ‘ଦେଶର ମେଣ୍ଟର’ ରେ ସାମିଲ ହେବାପରେ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆୟକର ବିଭାଗ ଟିମ ବର୍ତ୍ତମାନ ସୋନୁ ସୁଦଙ୍କ ଅଫିସରେ ଉପସ୍ଥିତ ଅଛନ୍ତି।

ତାଙ୍କର ଗୋଟିଏ ପ୍ରପର୍ଟିର ଆକାଉଣ୍ଟ ବୁକରେ କିଛି ତ୍ରୁଟି ଥିବା ଅଭିଯୋଗ ପରେ ଆଇଟି ଟିମ ସମ୍ପତ୍ତି ସର୍ଭେ କରୁଛନ୍ତି। ଆଇଟି ଟିମ ସୋନୁ ସୁଦ ଓ ତାଙ୍କ କମ୍ପାନୀ ସହ ଜଡିତ ୬ଟି ଜାଗାରେ ସର୍ଭେ କରୁଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ସରକାର ସୋନୁ ସୁଦଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଜଡିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡର କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଅଭିନେତା ନିଜେ କହିଥିଲେ ଯେ ରାଜନୀତି ସମ୍ବନ୍ଧରେ କେଜ୍ରିୱାଲଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନାହିଁ।

Show More

Related Articles

Back to top button