ଖେଳବ୍ୟକ୍ତିତ୍ୱମନୋରଞ୍ଜନ

ବଲିଉଡରେ ପାଦ ଥାପିବେ ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଡି

ଏକ ୱେବ୍‌ ସିରିଜ ମାଧ୍ୟମରେ ବଲିଉଡରେ କରିବେ ଏଣ୍ଟ୍ରି

ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଧୋନୀ। ଏକ ୱେବ୍‌ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ। ଏହି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାକ୍ଷୀ ସିଂ ଧୋନୀ।ଫିଲ୍ମ ଇଣ୍ଡଷ୍ଟ୍ରି ଓ କ୍ରିକେଟରଙ୍କ ସମ୍ପର୍କ ଅନେକ ପୂରୁଣା। ଅତୀତରେ ବିନୋଦ କାମଲୀ, ଅଜୟ ଜାଡେଜାଙ୍କ ଭଳି କ୍ରିକେଟରମାନେ ବଲିଉଡରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତେବେ ଧୋନୀ କଳାକାର ରୂପେ ନୁହେଁ ନିର୍ମାତା ଭାବେ ବଲିଉଡକୁ ପ୍ରବେଶ କରିବେ ବୋଲି ଜଣାପଡିଛି।ଧୋନୀଙ୍କ ପତ୍ନୀ ଏହି ସୂଚନା ତାଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି।

ଯେଉଁଥିରେ ସେ ଏକ ପ୍ରେସ କ୍ଲିପ୍‌ ମଧ୍ୟ ସେୟାର କରିଛନ୍ତି। ତେବେ ଏଥିପାଇଁ ସାକ୍ଷୀ ଧୋନୀଙ୍କ ଫ୍ୟାନସଙ୍କୁ ‘ହମେ ଆପକା ପ୍ୟାର ଔର ଦୁଆଏଁ ଚାହିୟେ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଧୋନୀ ଯେଉଁ ୱେବ୍‌ ସିରିଜ କରିବାକୁ ଯାଉଛନ୍ତି ତାହା ଏକ ସମାଜ ସଚେତନତାମୂଳକ ସିରିଜ ହେବ ବୋଲି ସାକ୍ଷୀଙ୍କ କଥାରୁ ଜଣାପଡିଛି। ଯାହା ଅଘୋରୀଙ୍କୁ ନେଇ ହେବ।ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଚଳିତ ଆଇପିଏଲ ହୁଏତ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଏଥିରେ ତାଙ୍କ ପତ୍ନୀଙ୍କ ଟ୍ୱିଟ୍‌ ଏବେ ଫ୍ୟାନସଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ନିର୍ମାତା ଭାବେ ଧୋନୀ ବଲିଉଡରେ ପାଦ ଥାପିଲେ ୱେବସିରିଜ ବ୍ୟତୀତ ଫିଲ୍ମ ମଧ୍ୟ ନିର୍ମାଣ କରିପାରନ୍ତି ବୋଲି ଆଶା କରାଯାଉଛି।

Show More

Related Articles

Back to top button