Breaking PLUSଓଡ଼ିଶାମୁଖ୍ୟ ଖବର

ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଯୁକ୍ତ୨ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି

୨୦୨୮ଟି ଯୁକ୍ତ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ୯୪ ହଜାର ୭୩୫ ସିଟ୍‌ ପୂରଣ ହୋଇଛି। ୧ ଲକ୍ଷ ୫୮ ହଜାର ୯୦୮ ସିଟ୍‌ ଖାଲି ରହିଛି। କଳା ବିଭାଗରେ ୧ ଲକ୍ଷ ୮୯ ହଜାର ୯୭୨ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ବିଜ୍ଞାନରେ ୭୧ ହଜାର ୩୧୬, ବାଣିଜ୍ୟରେ ୨୧ ହଜାର ୫୬୪, ଧନ୍ଦାମୂଳକ ପାଠ୍ୟକ୍ରମରେ ୪ ହଜାର ୮୭୫ ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ବାକି ସିଟ୍‌ ଲାଗି ଅକ୍ଟୋବର ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ୧୩ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୧୩ରୁ୧୫ ମଧ୍ୟରେ ବଳକା ସିଟ୍‌ ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ ଏବଂ ୧୫ରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୧୬ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

Show More

Related Articles

Back to top button