Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ଶନିବାରଠୁ ବଢିବ ତାତି

ଆସନ୍ତା ସପ୍ତାହରେ ଲଘୁଚାପ

ଆସନ୍ତା ୨୧ ତାରିଖରୁ ରାଜ୍ୟରେ ତାପମାତ୍ରା ବଢ଼ିବ । ଦିନରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢ଼ିବ । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ଅନୁଭୂତ ହେବ । କାଳବୈଶାଖୀ ବର୍ଷାର ବିଶେଷ ପ୍ରଭାବ ନ ଥିବାରୁ ଗରମ କମିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ଗଞ୍ଜାମରେ କାଳବୈଶାଖୀ ଯୋଗୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

କିନ୍ତୁ ୨୨ ପରଠାରୁ ତାପମାତ୍ରା ହଠାତ୍‌ ବଢ଼ିଯିବ । ଦୁଇ ତିନି ଦିନ ଯାଏ ଗରମ ହେବ ବୋଲି ସୋଆ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ସେପଟେ ଆସନ୍ତା ସପ୍ତାହର ଆରମ୍ଭରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ ଓ ମିଆଁମାର ଆଡ଼କୁ ମୁହାଁଇପାରେ ବୋଲି ବିଭିନ୍ନ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍‌ ବୋଲି ମଡେଲରେ କୁହାଯାଇଛି ।

Show More

Related Articles

Back to top button