ଦେଶ ବିଦେଶ

ଉତ୍ତରରେ ପ୍ରବଳ ଶୀତ

ହିମାଚଳରେ ତୁଷାରପାତ, ବରଫ ଚାଦରରେ ପାହାଡ ଓ ଗଛ

ଉତ୍ତର ଭାରତରେ ହାଡ଼ ଭଙ୍ଗା ଶୀତ। ଦେଶର ୫ ରାଜ୍ୟକୁ ଆସନ୍ତା ୨୧ ତାରିଖ ଯାଏଁ ଶୀତ ଲହରୀ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତରାଖଣ୍ଡ, ହିମାଚଳ ଏବଂ ଜମ୍ମୁ-କାଶ୍ମୀରରେ ବରଫପାତ ହେଉଛି । ଘାଟିରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪ ଡିଗ୍ରୀ ତଳକୁ ଖସିଥିବା ବେଳେ, ରାଜସ୍ଥାନ ସିକରର ଫତେପୁରରେ ପାରଦ ମାଇନସ୍ ୩ ଡିଗ୍ରୀ ତଳକୁ ଖସିଛି । ଯେଉଁଠି ଗ୍ରୀଷ୍ଣରେ ତାପମାତ୍ରା ୫୦ଡିଗ୍ରୀ ଟପିଯାଏ, ସେଠାରେ ଏବେ କାକର ଟୋପା ବରଫ ପାଲଟି ଯାଉଛି । ଚୁରୁ, ମାଉଣ୍ଟଆବୁ, ଜୈସଲମର୍ ଭଳି ରାଜସ୍ଥାନର ୧୨ ଜିଲ୍ଲାରେ ତାପମାତ୍ରା ମାଇନସ୍ ୧ ଡିଗ୍ରୀ ତଳକୁ ଖସି ଯାଇଛି।

ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁକାଶ୍ମୀରରେ ପ୍ରବଳ ବରଫପାତ ହେଉଛି । ବରଫର ମୋଟା ଧଳା ଚାଦରରେ ଘୋଡେଇ ହୋଇ ରହିଛି ପାହାଡ ଏବଂ ଗଛ । ସାରା କାଶ୍ମୀର ଘାଟିରେ ପାରଦ ଶୂନ ଡିଗ୍ରୀ ତଳେ ରହିଛି । କୁପୱାରାରେ ତାପମାତ୍ରା ମାଇନସ୍ ୪.୪ ଡିଗ୍ରୀକୁ ଖସି ଆସିଥିବା ବେଳେ ଦକ୍ଷିଣକାଶ୍ମୀରରେ ପାରଦ ମାଇନସ୍ ୩.୨ଡିଗ୍ରୀ ଛୁଇଁଛି । ଘାଟିରେ ଅନେକ ଜଳାଶୟ ବରଫ ପାଲଟି ଯାଇଛି । ହିମାଚଳପ୍ରଦେଶର ଶିଶୁ ହ୍ରଦ ଉପରେ ବରଫର ଆସ୍ତରଣ ବସି ଯାଇଛି । ଘାଟିରେ ହିମପାତ ଯୋଗୁ ଉତ୍ତରଭାରରୁ ମଧ୍ୟଭାରତ ପର୍ଯ୍ୟନ୍ତ ଥରୁଛି । ମଧ୍ୟପ୍ରଦେଶରେ ତାପମାତ୍ରା ସ୍ବାଭାବିକଠାରୁ ବେଶ ତଳକୁ ଖସି ଆସିଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୬ଡିଗ୍ରୀ ଛୁଇଁଛି । ଆହୁରୀ ୨ଦିନ ଦିଲ୍ଲୀ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ପ୍ରବଳ ଶୀତ ସହ ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।.

Show More

Related Articles

Back to top button