ବଲିଉଡମନୋରଞ୍ଜନ

ଏହି ପ୍ରୋଜେକ୍ଟରେ କମ୍‌ବ୍ୟାକ୍‌ କରିବେ ଶ୍ରଦ୍ଧା, ଟାଇଗର

୨୦୧୬ ମସିହାରେ ରିଲିଜ୍‌ ହୋଇଥିଲା ‘ବାଗି’। ଏହି ଫିଲ୍ମ ଜରିଆରେ ଟାଇଗର ଶ୍ରଫ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ ଶ୍ରଦ୍ଧା କପୁର ।

ଏବେ ପୁଣି ଥରେ ଉଭୟଙ୍କ ଯୋଡ଼ି ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ‘ବଡେ ମିୟାଁ ଛୋଟେୟ ମିୟାଁ’ର ରିମେକ୍‌ରେ ଶ୍ରଦ୍ଧାଙ୍କୁ ଅଫର୍‌ ମିଳିଥିବା ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଫିଲ୍ମରେ ଟାଇଗରଙ୍କ ଅପୋଜିଟ୍‌ରେ ଶ୍ରଦ୍ଧା ଅଭିନୟ କରନ୍ତୁ ବୋଲି ନିର୍ମାତା ଚାହୁଁଛନ୍ତି । ସୂଚନାଯୋଗ୍ୟ, ଟାଇଗର ଓ ଶ୍ରଦ୍ଧାଙ୍କ ଅଫ୍‌-ସ୍କ୍ରିନ୍‌ କେମିଷ୍ଟ୍ରି ବେଶ ଦମ୍‌ଦାର। ସେଥିପାଇଁ ଉଭୟଙ୍କୁ ପୁଣି ଥରେ ଅନ୍‌ସ୍କ୍ରିନ୍‌ ଆଣିବାକୁ ଫିଲ୍ମ ନିର୍ମାତା ପ୍ରୟାସ କରୁଛନ୍ତି। ୨୦୨୩ ମସିହା, ଫେବ୍ରୁଆରୀ ମାସରେ ‘ବଡ଼େ ମିୟାଁ ଛୋଟେ ମିୟାଁ’ର ସୁଟିଂ ଆରମ୍ଭ ହେବ।

ନିର୍ମାତା ଏବେ ଏହାର ସୁଟିଂ ପାଇଁ ସ୍ଥାନ ବାଛୁଛନ୍ତି। ଫିଲ୍ମରେ ପ୍ରଥମ ଥର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଟାଇଗର । ଜ୍ୟାକି ଭାଗ୍‌ନାନି ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଛନ୍ତି । ନିକଟରେ ଜ୍ୟାକି କିନ୍ତୁ ଫିଲ୍ମ ନିର୍ମାଣ ଖବରକୁ ଗୁଜବ ବୋଲି କହିଥିଲେ । ମୂଳ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ୍‌ ଧୱନ । ଅମିତାଭ ବଚ୍ଚନ ଓ ଗୋବିନ୍ଦା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Show More

Related Articles

Back to top button