Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 85,362 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଭୟଙ୍କର ଭାବରେ ମାଡିଚାଲିଛି ମହାମାରୀ କରୋନା । ଏହି ମାରାତ୍ମକ ଜୀବାଣୁ ଯୋଗୁଁ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରଭାବିତ ହୋଇଛି । ଏହି ସମୟରେ ଭାରତରେ ମଧ୍ୟ ମୋଟ କରୋନା ରୋଗୀଙ୍କ ସଂଖ୍ୟା 59 ଲକ୍ଷ ଅତିକ୍ରମ କରିଛି

ଦେଶରେ ଭୟଙ୍କର ଭାବରେ ମାଡିଚାଲିଛି ମହାମାରୀ କରୋନା । ଏହି ମାରାତ୍ମକ ଜୀବାଣୁ ଯୋଗୁଁ ସମଗ୍ର ବିଶ୍ୱ ବର୍ତ୍ତମାନ ପ୍ରଭାବିତ ହୋଇଛି । ଏହି ସମୟରେ ଭାରତରେ ମଧ୍ୟ ମୋଟ କରୋନା ରୋଗୀଙ୍କ ସଂଖ୍ୟା 59 ଲକ୍ଷ ଅତିକ୍ରମ କରିଛି । ଗତ କିଛି ଦିନ ମଧ୍ୟରେ ଦେଶରେ କ୍ରମାଗତ ଭାବରେ 80 ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 85,362 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 1,089 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 59,03,933 ରେ ପହଁଞ୍ଚିଛି, ସେଥିମଧ୍ୟରୁ 9,60,969 ଜଣ ରୋଗୀ ବର୍ତ୍ତମାନ ଦେଶର ବିଭିନ୍ନ ହସପିଟାଲରେ ଚିତ୍କିସିତ ହେଉଥିବାବେଳେ 48,49,585 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହ ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା 93,379 ରେ ପହଁଞ୍ଚିଛି ।

Show More

Related Articles

Back to top button