Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ବଲିଉଡ ଡ୍ରଗ୍ସ ମାମଲା, ଗିରଫ ହେଲା ଧର୍ମା ପ୍ରଡକ୍ସନର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦ

ବଲିଉଡରେ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି

ବଲିଉଡରେ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କର୍ମଚାରୀ କ୍ଷିତିଜ ପ୍ରସାଦଙ୍କୁ ଗତ କାଲି ଅନେକ ଘଣ୍ଟା ଧରି ପଚରାଉଚରା ପରେ ଆଜି ଗିରଫ କରାଯାଇଛି । କ୍ଷିତିଜଙ୍କୁ ଗତ କାଲି ଜେରା ସମୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା | ତାଙ୍କୁ କରଣ ଜୋହରଙ୍କ 2019 ପାର୍ଟିର ଭିଡିଓ ବିଷୟରେ ମଧ୍ୟ ପଚରାଯାଇଥିଲା ।

କ୍ଷିତିଜ ନିୟମିତ ଭାବରେ ବହୁ ପରିମାଣର ଡ୍ରଗ୍ସ କିଣୁଥିଲେ | ଯେତେବେଳେ ଏନସିବି ଅଧିକାରୀମାନେ ତାଙ୍କ ଘରକୁ ଯାଇ ଚଢାଉ କରିଥିଲେ । ତାଙ୍କ ଘରୁ ବହୁ ପରିମାଣର ଅବୈଧ ସାମଗ୍ରୀ ମିଳିଥିଲା | ଏହା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ଏନସିବି ।

Show More

Related Articles

Back to top button