Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଗତ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି ପାଇଛି ।

ରାଜଧାନୀରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ୮୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ସୁଦ୍ଧା ୧୦୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪୯୮ ଆକ୍ଟିଭ୍ କେସ ରହିଛି । ଦିନକୁ ଦିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ସେହିପରି ୨୧ ହଜାର ୫୭୨ଟି ଘରେ ମୋଟ ୯୨ ହଜାର ୩୭୨ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ୫୪ ହଜାର ୧୫୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଇବା ସହ ୫୫ ହଜାର ୪୬୪ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି ।

Show More

Related Articles

Back to top button