Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ କରୋନା ପରିସ୍ଥିତି ଭୟଙ୍କର, 24 ଘଣ୍ଟା ମଧ୍ୟରେ ଦୁଇ ଲକ୍ଷ ନୂଆ ରୋଗୀ ଚିହ୍ନଟ

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ ମହାମାରୀର ନୂଆ ତରଙ୍ଗ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇ ଲକ୍ଷରୁ ଅଧିକ ନୂଆ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା  ସହିତ ସାରା ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ 10 କୋଟି 55 ଲକ୍ଷ 9 ହଜାର 184 କୁ ବୃଦ୍ଧି ପାଇଛି।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ ମହାମାରୀର ନୂଆ ତରଙ୍ଗ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇ ଲକ୍ଷରୁ ଅଧିକ ନୂଆ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା  ସହିତ ସାରା ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ 10 କୋଟି 55 ଲକ୍ଷ 9 ହଜାର 184 କୁ ବୃଦ୍ଧି ପାଇଛି ।

ୱେବସାଇଟ୍ ୱାର୍ଲ୍ଡୋମିଟର ସୂଚନା ଅନୁଯାୟୀ, ଆମେରିକାରେ ମହାମାରୀ କରୋନା ଜୀବାଣୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ 45 ହଜାର 799 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ 66 ଲକ୍ଷ ଏକ ହଜାର 331 ଲୋକ ଏହି ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଆମେରିକାରେ 37 ଲକ୍ଷ 12 ହଜାର 54 ଜଣ ଆକ୍ଟିଭ ରୋଗୀଙ୍କ ଚିକିତ୍ସା କରାଯାଉଛି, ଯେଉଁଥିରେ 19 ହଜାର 374 ଲୋକଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ମହାମାରୀ କରୋନାର ଏଭଳି ରୂପକୁ ଦେଖି ବିଶେଷଜ୍ଞମାନେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ଯେ ଆସନ୍ତା ଶୀତ ଋତୁରେ ଏବଂ ଛୁଟିଦିନ ପାଇଁ ଆମେରିକା ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ନୁହେଁ, ସେହି ସମୟରେ କରୋନା ମହାମାରୀ ଆମେରିକାରେ ଏହାର ମାରାତ୍ମକ ପର୍ଯ୍ୟାୟରେ ଥାଇପାରେ । ଉନ୍ ବିଶ୍ୱବିଦ୍ୟାଳୟର ଜରୁରୀକାଳୀନ ଚିକିତ୍ସକ ମେଗାନ୍ ରାନେ କହିଛନ୍ତି, “ଆମେ ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟ ଆଡକୁ ଗତି କରିବାକୁ ଯାଉଛୁ। ଆଗାମୀ ଦୁଇ ମାସ ପାଇଁ ଦେଶର ଭାଗ୍ୟ ମହାମାରୀ କରୋନା ଉପରେ ନିର୍ଭର କରେ।”

Show More

Related Articles

Back to top button