Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର

ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା କୋଭିଡ୍ ଟିକାକରଣ ପ୍ରକ୍ର୍ରିୟା । ସାରା ଦେଶରେ ଏଥିପାଇଁ ୫ ହଜାର ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୧୬୦ଟି ଟିକାକରଣ ସେଣ୍ଟର ରହିଛି। ପ୍ରତି ଜିଲ୍ଲାରେ ଏଥିଲାଗି ବ୍ୟବସ୍ଥା ହୋଇଛି। ପ୍ରତି ସେଣ୍ଟରରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।

ତେବେ ଏଥିପାଇଁ ରାଜ୍ୟକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ। କାରଣ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଦେଶର ୩ କୋଟି ଜନତାଙ୍କୁ ମାଗଣାରେ ଟିକା ଦେବେ କେନ୍ଦ୍ର ସରକାର। ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଥମ ପର‌୍ୟ୍ୟାୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଯଥା ପୁଲିସ, ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ ଆଦି ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

Show More

Related Articles

Back to top button