
କରୋନା ମହାମାରୀ ମଧ୍ୟରେ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ କୋଭିସିଲ୍ଡ ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ମଙ୍ଗଳବାରଠାରୁ ଏହା ଆରମ୍ଭ ହୋଇଛି । ଏହିପରିପେକ୍ଷୀରେ ଆଜି ଓଡ଼ିଶାକୁ ଆସୁଛି କୋଭିଡ ଟିକା । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁଣେରୁ ଭୁବନେଶ୍ବର ଆସୁଛି କୋଭିଡ଼ ଟିକା ।
ଅପରାହ୍ଣ ୪ଟା ୨୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ କୋଭିସିଲ୍ଡ ଟିକା । ବିମାନରେ କୋଭିସିଲ୍ଡ ଭ୍ୟାକସିନ ୧୦ ଡୋଜ ଓ ୪୦ ହଜାର ୮୦୦ ଭାଏଲସ ଆସୁଛି । ଏ ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସୁରକ୍ଷା ଓ ପରିବହନ ବ୍ୟବସ୍ଥା ଠିକ୍ ଭାବେ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାଶନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।