Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟରେ ୩.୨ ଲକ୍ଷ ଲୋକଙ୍କୁ ମିଳିବ କରୋନା ଟିକା

କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ମଙ୍ଗଳବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ୨୯, ୨୭୬ ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି।

କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ମଙ୍ଗଳବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ୨୯, ୨୭୬ ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ୮,୨୭୬ ଟିକା କର୍ମୀ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କ ଡାଟା ଅପ୍‌ଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ ୧,୨୨୨ କୋଲ୍ଡ ଚେନ୍‌ ରହିଛି। ଟିକା ନେବା ଆଣିବା ପାଇଁ ୧,୭୯୬ ଆଇଏଲ୍‌ଆର୍‌ ଓ ୧,୭୭୧ ଫ୍ରିଜର ପ୍ରସ୍ତୁତ ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର୍‌ ଥିବାବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲାସ୍ତରୀୟ ଟିକାକରଣ ଷ୍ଟୋର୍‌ ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ୍‌ ରହିବ। ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର, ଜଣେ ଭ୍ୟାକ୍ସିନେଶନ ଅଧିକାରୀ, ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଏହାପରେ ସାର୍ଟିଫିକେଟ୍‌ ଦିଆଯିବ ବୋଲି ପାଣିଗ୍ରାହୀ କହିଛନ୍ତି।
ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଆଗୁଆ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ। ସ୍ପଟ୍‌ ନୁହେଁ, କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ। ଗୋଟିଏ ସେଣ୍ଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଟିକା ଦେବା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ରହିଥିବା ଡିଏମଇଟି କହିଛନ୍ତି। ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍‌ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ ରହିଛି।
ସେପଟେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୬ଟି ଜିଲାରୁ ଆଉ ୩୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁ ଜିଲାରେ ୫୦ତଳକୁ ଆକ୍ରାନ୍ତ ରହିଥିବାବେଳେ ଅନୁଗୋଳରେ ସର୍ବାଧିକ ୪୪ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୨୪,୩୮୯ରେ ପହଞ୍ଚତ୍ଛି। ଅପରପକ୍ଷରେ ଆଉ ୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବା ବେଳେ ଜଗତ୍‌ସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୮୧୫କୁ ବୃଦ୍ଧି ପାଇଛି।

Show More

Related Articles

Back to top button