ସଂସଦର ଶୀତ ଅଧିବେଶନ ବାତିଲ, ଜାନୁଆରୀରୁ ଆରମ୍ଭ ହେବ ବଜେଟ ଅଧିବେଶନ
କରୋନା ସଂକ୍ରମଣ କାରଣରୁ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଛି। କିନ୍ତୁ ଆସନ୍ତା ଜାନୁଆରୀରେ ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ଫେବ୍ରୁଆରୀ ୧ରେ ବଜେଟ ଆଗତ କରାଯିବ। କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ପତ୍ରର ଜବାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା ପାଇଁ ଅଳ୍ପ ଦିନ ହେଲେ ବି ସଂସଦର ଶୀତକାଳୀନ ଅଧିବେଶନ ଡକାଇବାକୁ ଚୌଧୁରୀ ଦାବି କରିଥିଲେ। କଂଗ୍ରେସର ଆଉ କିଛି ସାଂସଦ ବି ତାଙ୍କୁ ସମର୍ଥନ କରିଥିଲେ । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ, କରୋନା ସଂକ୍ରମଣ ଏବଂ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଶୀତ ଅଧିବେଶନ ଡକାଇବାକୁ ସେମାନେ ମତ ଦେଇଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ଦିଶାନିର୍ଦ୍ଦେଶର ପାଳନ କରାଯାଇ ଏପରି ଅଧିବେଶନ ଡକାଯିବାକୁ ସେମାନେ ପରାମର୍ଶ ଦେଇଥିଲେ। ଏହାର ଜବାବରେ ଯୋଶୀ କହିଛନ୍ତି ଯେ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଦଳ ଏଥରକ ଶୀତ ଅଧିବେଶନ ବାତିଲ କରିବାକୁ ରାଜି ହୋଇଛନ୍ତି। ତେଣୁ ଏଥରକ ଏହି ଅଧିବେଶନ ଡକାଯିବ ନାହିଁ। ତେବେ ସଂସଦର ବଜେଟ ଅଧିବେଶନ ନିର୍ଦ୍ଧାରିତ ସମୟରେ ଆହୂତ କରାଯିବ।