Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଏସ୍‌. ମୁରଲିଧରଙ୍କ ନାମ ସୁପାରିସ

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରୁଛନ୍ତି

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର ଅନୁମୋଦନ ପରେ ମୁରଲିଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ସେ ଏବେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରୁଛନ୍ତି। ୨୦୦୬ରେ ମୁରଲିଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ତୃତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଥିବା ମୁରଲିଧର ୧୯୮୪ ଶିଖ୍‌ ଦଙ୍ଗା, ହସିମ୍‌ପୁରା ଗଣହତ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିଛନ୍ତି। ତାଙ୍କ ବଦଳି ପାଇଁ ୨୦୧୮ ଡିସେମ୍ବର, ୨୦୧୯ ଜାନୁୟାରୀରେ ୨ଥର ସୁପାରିସ କରାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମଙ୍କ ବିରୋଧ ଯୋଗୁ ତାହା ସ୍ଥଗିତ ହୋଇଥିଲା। ୨୦୨୦ ପେବୃୟାରୀ ୧୨ରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ କଲେଜିୟମ ମୁରଲିଧରଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରିଥିଲେ। ପରେ ମୁରଲିଧର ମାର୍ଚ୍ଚ ୫ରେ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ମହମ୍ମଦ ରଫିକ କାର୍ଯ୍ୟ କରୁଛନ୍ତି। ମେଘାଳୟ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ରଫିକ୍‌ ଗତ ଏପ୍ରିଲ ୨୭ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥପାଠ କରାଇଥିଲେ।

Show More

Related Articles

Back to top button